ଅଙ୍ଗନବାଡି କେନ୍ଦ୍ରରେ ଦେଢ଼ ବର୍ଷ ହେଲା ତାଲା,ବାରଣ୍ଡାରେ ପାଠ ପଢୁଛନ୍ତି ପିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରଶାସନ ଅବହେଳାର ଏକ ସ୍ପଷ୍ଟ ଚିତ୍ର ଗଜପତି ଜିଲ୍ଲାର ମୋହନା ବ୍ଲକ ମହକୁମାରେ ଲକ୍ଷ୍ୟ କରାଯାଇଛି. ଦ୍ୱୀପ ତଳ ଅନ୍ଧାର ଭଳି ବ୍ଲକ ମହକୁମାରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘ ଦେଢ଼ ବର୍ଷ ଧରି ତାଲା ପଡିଛି. ଏହି କେନ୍ଦ୍ରର ପିଲାମାନେ ବାହାରେ ବାରଣ୍ଡାରେ ପାଠ ପଢୁଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ବ୍ଲକ ସଦରମହକୁମା ପଞ୍ଚାୟତରେ ଥିବା ନାରାୟଣ ନଗର ଅଙ୍ଗନବାଡି କେନ୍ଦ୍ର ଥାଇ ମଧ୍ୟ ପିଲା ପାଠ ପଢୁଛନ୍ତି ବାରଣ୍ଡାରେ। ପୁର୍ବରୁ ପିଲାମାନେ ଭଡ଼ା ଘରେ ପାଠ ପଢୁଥିଲେ କିନ୍ତୁ ଆଜକୁ ଦେଢ ବର୍ଷ ହେଲା ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇଥିଲେ ମଧ୍ୟ ପିଲା ବାରଣ୍ଡା ରେ ହିଁ ପାଠ ପଢ଼ୁଛନ୍ତି। ଉକ୍ତ କେନ୍ଦ୍ରର କର୍ମୀ ରିନା ମହାପାତ୍ର ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ ଅଙ୍ଗନବାଡି କେନ୍ଦ୍ରର ସମସ୍ୟାକୁ ନେଇ ବାରମ୍ବାର ସ୍ତାନୀୟ ସରପଞ୍ଚ, ପଞ୍ଚାୟତ ଏକ୍ଜୁଟିଭ ଅଫିସର ଓ ବ୍ଲକ ଶିଶୁ ସନ୍ୱମିତ ଅଧିକାରିଣୀ ଲଳିତା ମଳିକ ଙ୍କ ପାଖରେ ଅଭିଯୋଗ କରିଛନ୍ତି ।କିନ୍ତୁ ଦେଢ ବର୍ଷ ହେବ ତାଲା ପଡି ରହିଛି। ଉକ୍ତ ଅଙ୍ଗନବାଡିଟି ଦିର୍ଘ ବର୍ଷ ହେବ ଅଧା ପନ୍ତରିଆରେ ପଡ଼ି ରହିଥିଲା। ସାହି ବାସିନ୍ଦାଙ୍କ ଅଭିଯୋଗ ପରେ ଅଧାପନ୍ତରିଆ ରେ ପଡ଼ି ରହିଥିବା ଅଙ୍ଗନବାଡି କେନ୍ଦ୍ର କୁ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ୱାର୍ଡ ମେମ୍ବର ସସ୍ମିତା ମିଶ୍ର। କାମ ସମ୍ପୂର୍ଣ ହେବାପରେ ୱାର୍ଡ ମେମ୍ବର କହୁଛନ୍ତି ଉକ୍ତ ଅଙ୍ଗନବାଡି କେନ୍ଦ୍ର ପାଇଁ ୨, ୭୦, ୦୦୦ ଟଙ୍କା ଆସିଥିଲା କିନ୍ତୁ ମୋହନା ପଞ୍ଚାୟତ ଏକଜୁଟିଭ ଅଫିସର ଲକ୍ଷ୍ମୀ କାନ୍ତ ପାତ୍ର କହିଲେ ଅଧିକ ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ କାମ ସମ୍ପୂର୍ଣ ପରେ ବିଲ୍ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଘର କାମ ପାଈଁ ସମ୍ପୂର୍ଣ୍ଣ ଖର୍ଚ୍ଚ ୩୦୦୦୦୦ ହୋଇଥିଲା ହେଲେ ବିଲ୍ କରାଗଲା ୨,୪୦, ୦୦୦ଟଙ୍କା l ଆସିଥିବା ଟଙ୍କା ରୁ ତଥିମା ବଳକା ଟଙ୍କା ୩୦,୦୦୦ ମିଳିଲା ନାହିଁ କି ଅଧିକ ଖର୍ଚ୍ଚ ହୋଇଥିବା ୩୦,୦୦୦ ମଧ୍ଯ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ ଏଣୁ ବିଲ୍ ହୋଇନଥିବା ଯୋଗୁ ଗୃହ ରେ ତାଲା ପକାଇ ରଖିଛନ୍ତି ୱାର୍ଡ ମେମ୍ବର। ଅନ୍ୟ ପକ୍ଷେ ପଞ୍ଚାୟତ ଏକଜୁଟିବ ଅଫିସର୍ ଙ୍କୁ ଯୋଗାଯୋଗ କରିବା ରେ ସେ କହିଲେ ଟଙ୍କା ଦିଆ ଯାଇଛି ଆଉ ଟଙ୍କା ଦିଆଯିବ ନାହିଁ, ଏବେ ପିଲା ଙ୍କ ଭବିଷ୍ୟତ ବାରଣ୍ଡା ରେ ବିତୁଛି ।କେବେ ସମ୍ପୂର୍ଣ ବିଲ୍ ହେବ ଓ କେବେ ୱାର୍ଡ ମେମ୍ବର କେନ୍ଦ୍ର କୁ ହସ୍ତାନ୍ତର କରିବେ ତାହା ଚାହିଁ ରହିଛନ୍ତି ନାରାୟଣ ନଗର ବାସିନ୍ଦା l ଗ୍ରାମବାସୀ ଙ୍କ ଅଭିଯୋଗ ମୋହନା ପି.ଇ.ଓ ଲକ୍ଷ୍ମୀ କାନ୍ତ ପାତ୍ର ମୋହନା ଆସିବା ଦିନ ଠାରୁ ତାଙ୍କର୍ ଦୁର୍ନୀତି ଦିନ କୁ ଦିନ ବଢି ଚାଲିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ଯୋଗ୍ୟ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଶତ୍ରୁତା କାରଣରୁ ବାଦ୍ ଦେବା, ଫ୍ରି ୱାଇ ଫାଇ ସେବା, ପ୍ରତି ଛକ ରେ କେମେରା ଲଗାଇବା, ଅଠରନଳା ପୋଲ ଠାରେ ପାର୍କିଂ ପ୍ଲେଟ୍ ପକାଇ ପୁଣି ବାହାର୍ କରିବା, ରାସ୍ତା କଡ ରେ ବେଞ୍ଚ ନିର୍ମାଣ ପାଇଁ ସମାଗ୍ରୀ ପକାଇ ପୁଣି ଉଠାଇ ନେବା, ନିଜ ଘର କାନ୍ଥ ଭାଙ୍ଗିଯିବ ବୋଲି ପାତ୍ର ସାହି ରାସ୍ତା କାମ ବନ୍ଦ କରିବା, ଜାଣି ଶୁଣି ୱାର୍ଡ ମେମ୍ବର ଙ୍କ ଭତ୍ତା ଟଙ୍କା ବନ୍ଦ କରିବା, ପଞ୍ଚାୟତ କାର୍ଯ୍ୟାଳୟ ର ଉନ୍ନତି ନା ରେ ଅଧିକ୍ ବିଲ୍ କରିବା, ପଞ୍ଚାୟତ ପିଅନ କୁ ଦରମା ନ ଦେବା, ଗୋରୁ ହାଟ ଟେଣ୍ଡର ଟଙ୍କା ର ହିସାବ ନ ମିଳିବା, ରାତାରାତି ପାଣି ପାଇପ୍ ଲାଇନ ଦେବା, ବିନା ଲାଞ୍ଚ ରେ ଆବାସ ନ ଦେବା, ମୋହନା ଏନଏସି ଗ୍ରାମ ସଭା ରେଗୁଲେସନ ଖାତା ଜାଣି ଶୁଣି ବିଳମ୍ବ କରାଇବା ଭଳି ଅନେକ୍ ଦୁର୍ନତୀ ଲମ୍ବିଛି ଯାହା ତଦନ୍ତ ସାପେକ୍ଷ l ଏହି ପରିସ୍ଥିତିରେ ତରୁଣ ପିଲା ଙ୍କ ପାଇଁ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ର ର ବିଲ୍ କେବେ ହେବ ତାହା କେବେ ଖୋଲିବ ପ୍ରଶ୍ନ ବାଚି ହୋଇ ରହିଚି, ଏପଟେ ପିଲା ପିଣ୍ଡାରେ ବସିବା ଦ୍ଵାରା ପାଖରେ ଥିବା ନାଳ ନର୍ଦ୍ଦମା ପାଣି କୁ ଜଙ୍ଗଲୀ ମଛା ଦ୍ଵାରା ନାନା ରୋଗ ରେ ପୀଡିତ ହେଉଛନ୍ତି ପିଲା ପୁଣି ଜଙ୍ଗଲ, ବିଲ, ନଦୀ ପାଖ ଥିବାରୁ ବିଭିନ୍ନ ଜନ୍ତୁ ଭୟରେ ମଧ୍ଯ ପିଲା ଅସୁରକ୍ଷିତ ଭାବେ ପିଲା ପାଠ ପଢୁଛନ୍ତି । ତୁରନ୍ତ ଏହି ଅଙ୍ଗନବାଡି କେନ୍ଦ୍ରକୁ ଖୋଲିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ