ଗୁରାଣ୍ଡି ପୋଲିସର ସଫଳତା, ଦୁଇ ବାଇକ ଉଦ୍ଧାର, ୩ ଯୁବକ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ପୋଲିସ ଦୁଇ ବାଇକ ଚୋରି ଘଟଣାର ପର୍ଦ୍ଦାଫାସ କରିଛନ୍ତି । ଗୋଟିଏ ରାତିରେ ସମାନ କମ୍ପାନୀର ଦୁଇ ବାଇକ ଚୋରୀ ଘଟଣାରେ ବାଇକ ଗୁଡିକୁ ଉଦ୍ଧାର କରିବା ଏବଂ ବାଇକ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି । ଗୁରାଣ୍ଡି ଥାନା ଅଧିକାରୀ ରାଜେନ୍ଦ୍ର ପାତ୍ର ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଜଣାଇଛନ୍ତି ଯେ, ଗତ ମାସ ଫେବୃୟାରୀ ୨୪ ତାରିଖ ମଧ୍ୟ ରାତ୍ର ସମୟରେ ସାତମାଇଲ ଗ୍ରାମ ଛକ ସ୍ଥିତ ଟି. ରାମା ସୁରିୟା ଯାହାଙ୍କ ଓଡି ୨୦ ସି ୫୭୬୨ ନମ୍ବର ବିଶିଷ୍ଟ ୟାମାହା ଆର୍୧୫ ଏବଂ ଆର୍.ସୀତାପୁର ଗ୍ରାମର ଏସ୍. ତିରୁମାଲାଙ୍କ ଓଡି ୨୦ ସି ୫୦୨୪ ନମ୍ବର ବିଶିଷ୍ଟ ନମ୍ବର ବିଶିଷ୍ଟ ୟାମାହା ଆର୍୧୫ ବାଇକ ଚୋରି ହୋଇଥିଲା । ଗୋଟିଏ ରାତ୍ରରେ ଏବଂ ତିନିରୁ ଚାରି କିମି ଦୂରରେ ଥିବା ଗ୍ରାମରୁ ଚୋରି ହୋଇଥିଲା । ଏହି ଦୁଇଗୋଟି ବାଇକ ସମାନ କମ୍ପାନୀର ଥିଲା । ଉଭୟ ଗାଡି ମାଲିକ ଏନେଇ ଗୁରାଣ୍ଡି ଥାନାରେ ପୃଥକ ପୃଥକ ଭାବେ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ୨୧/୨୪ ଏବଂ ୨୪/୨୪ରେ ପୃଥକ ମାମଲା ରୁଜୁ ହୋଇଥିଲା । ଗୋଟିଏ ବାଇକର ତଦନ୍ତ କାରୀ ଅଧିକାରୀ ଭାବେ ଏସ୍ଆଇ ବଳରାମ ବେହେରା ଦାୟିତ୍ବ ନେଇଥିବା ବେଳେ ଅନ୍ୟଗୋଟିଏ ବାଇକର ଏଏସ୍ଆଇ ସୁନନ୍ଦା ପାତ୍ର ତଦନ୍ତ କରିଥିଲେ । ଖୁବ୍ କମ୍ ଦିନରେ ଦୁଇ ଗୋଟି ବାଇକ ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି ଗୁରାଣ୍ଡି ପୋଲିସ ପକ୍ଷରୁ । ଏହି ଦୁଇ ଗୋଟି ବାଇକ ଆନ୍ଧ୍ରର ନାରସନାପେଣ୍ଠ ଥାନା ଅଞ୍ଚଳରେ ରହିଥିବାର ଗୁରାଣ୍ଡି ପୋଲିସ ଜାଣିବାକୁ ପାଇଥିଲେ । ପରେ ନାରସନାପେଣ୍ଠା ପୋଲିସ ସହଯୋଗରେ ଉଭୟ ବାଇକକୁ ଉଦ୍ଧାର କରାଯାଇଥିଲା । ଏହି ଦ୍ବୟ ଚୋରି ଘଟଣାରେ ରାୟଗଡ ବ୍ଲକ ଅନ୍ତ୍ର ଡମ୍ବାଳ ଗ୍ରାମର ଅମିତ କୁମାର ଭୂୟାଁ (20), ରାସିବାଡ ଗ୍ରାମର ପ୍ରକାଶ ଦାଣ୍ଡିଆ (20) ଏବଂ ମଣ୍ଡଳସାହିର ସୁଲିମନ୍ ମଣ୍ଡଳ (20) ନାମକ ତିନି ଜଣ ସମ୍ପୃକ୍ତି ଥିବାର ପ୍ରମାଣ ପାଇଥିଲେ ଗୁରାଣ୍ଡି ପୋଲିସ । ଏହି ତିନି ଜଣ ଗୋଟିଏ ରାତିରେ ଦୁଇଟି ବାଇକ ଚୋରି କରିନେଇଥିଲେ । ତେବେ ଗିରଫ ତିନି ଜଣ ଅଭିଯୁକ୍ତ ଅନ୍ୟ କୌଣସି ବାଇକ ଚୋରି ଘଟଣାରେ ସମ୍ପୃକ୍ତି ଅଛନ୍ତି କି ନାହିଁ ଏବଂ ଏହି ବାଇକ ଚୋରି ଘଟଣାରେ ଆଉ କାହାର ସମ୍ପୃକ୍ତି ଥାଇପାରେ ଆଦିକୁ ନେଇ ଅଧିକା ତଦନ୍ତ ଜାରି ରହିଥିବାର ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ସୂଚନା ପ୍ରଦାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ