ବୁଲା କୁକୁର ଆକ୍ରମଣରେ ଗଜପତିର କାଶୀନଗରରେ ୧୦ ମେଣ୍ଢା ୫ ଛେଳିର ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ପୁରୁଣା ଏନଏସି ସାହି ୱାର୍ଡ ନମ୍ବର ୬ ର ନିବାସୀ. ଗୁନାପା ସନ୍ତୋଷ ବହୁ ବର୍ଷ ଧରି ସଂଚୟ କରିଥିବା ଅର୍ଥ ବିନିଯୋଗ କରି କିଛି ଲାଭ ପାଇବା ଆଶାରେ ମେଣ୍ଢା ଓ ଛେଳି ଚାଷ କରିବାକୁ ଆପଣେଇ ଥିଲେ. ସେ ସେହି ଅର୍ଥ ରେ କିଛି ଦିନ ହେଲା ପ୍ରାୟ ୧୦ ଟି ମେଣ୍ଢା ଓ ୫ଟି ଛୋଟ ଛୋଟ ଛେଳି କିଣି ସେମାନଙ୍କ ଗୋଟେ ଗୁହାଳେ ରଖି ଲାଳନ ପାଳନ କରି ଛେଳି ମାନେ ବଡ଼ ହେଲେ ସେମାନଙ୍କୁ ବିକ୍ରି କରି ବେଶ ଲାଭବାନ ହେବେ ବୋଲି ଆଶା ରଖିଥିଲେ. କିନ୍ତୁ ଦୁଃଖର ବିଷୟ ଗତ ଦୁଇ ଦିନ ରାତିରେ ବୁଲା କୁକୁର ମାନେ ଗୁହାଳ ମଧ୍ୟରେ ପଶି ମେଣ୍ଢା ଓ ଛୁଆ ଛେଳି ମାନଙ୍କୁ ସାମୁହିକ ଭାବେ ପ୍ରତ୍ୟେକଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବର କରି ମାରି ପକେଇ ଛନ୍ତି. ବର୍ତମାନ ମେଷ ପାଳକ ଶ୍ରୀ ସନ୍ତୋଷ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଯେ, ମୋର ମୋଟ ୧୩ଗୋଟି ଛେଳି ଓ ମେଣ୍ଢା କୁକୁର ଆକ୍ରମଣ ରେ ମାରିଛନ୍ତି ମୋତେ ପ୍ରଶାସନ ତରଫରୁ କିଛି ସାହାଯ୍ୟ ମିଳିଥିଲେ ମୁଁ ବଞ୍ଚି ପାରିବି ବର୍ତମାନ କାଶୀନଗର ଏନଏସି ମଧ୍ୟରେ ବୁଲା କୁକୁର ମାନଙ୍କ ପ୍ରାଦୁର୍ଭାବ ଅହେତୁକ ଭାବେ ବୃଦ୍ଧି ପାଇଥିବା ଯୋଙ୍ଗୁ କାଶୀନଗର ବାସୀ ଅତିଷ୍ଠ ହୋଇ କୌଣସି ମତେ ସେମାନଙ୍କ ଠାରୁ ଉଦ୍ଧାର ପାଇବା ପାଇଁ ତ୍ରାହି ତ୍ରାହି ଡାକିଲେଣି. ସକାଳୁ ସକଳୁ ବରିଷ୍ଠ ନାଗରିକ, ବୃଦ୍ଧ ବ୍ୟକ୍ତି, ବୟସ୍କ ପୁରୁଷ ଓ ମହିଳା ମାନେ ରାସ୍ତା ପାର୍ଶ୍ଵରେ ଚାଲିବାକୁ ମଧ୍ୟ ଭୟ କରୁଥିବା ବେଳେ ସକାଳୁ ଓ ସନ୍ଧ୍ୟା ରେ କାଶୀନଗର ମଧ୍ୟରେ ଥିବା ମନ୍ଦିର ମାନଙ୍କରେ ଆଳତୀ ଦର୍ଶନ ପାଇଁ ଯିବାକୁ ଭକ୍ତ ମାନେ ମଧ୍ୟ ଭୟ କରୁଥିବା ସୂଚନା ମିଳିଛି. କାଶୀନଗର କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ସ୍ଥାନୀୟ କାଶୀନଗର ଏନ ଏ ସି ତରଫରୁ ତୁରନ୍ତ ପଦକ୍ଷେପ ନ ନେଲେ ଆଗକୁ ଆହୁରି ପରିସ୍ଥିତି ଗମ୍ଭୀର ହୋଇଯିବ ବୋଲି ଅଭିଯୋଗ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ