ହୋଟେଲ ରେ ଗ୍ୟାସ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା କ୍ଷତି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ନିକଟସ୍ଥ ଏକ ମିଠା ଜଳଖିଆ ଦୋକାନରେ ସୋମବାର ଅପରାହ୍ନରେ ଗ୍ୟାସ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।ସୂଚନା ଅନୁଯାୟୀ,ପାଟପୁର ବସଷ୍ଟାଣ୍ଡ ନିକଟରେ ସେହି ଗ୍ରାମର ବଳରାମ ସାହୁ ଏକ ଜଳଖିଆ ମିଠା ଦୋକାନ କରି ପରିବାର ଭରଣପୋଷଣ କରୁଥିଲେ।ତେବେ ବୁଦ୍ଧେଶ୍ୱର ମନ୍ଦିରରେ ଶୁକ୍ରବାର ଦିନ ହେବାକୁ ଥିବା ମହା ଶିବରାତ୍ରିରେ ମନ୍ଦିର ସମ୍ମୁଖରେ ନିଜ ମିଠା ପସରା ପକାଇବା ପାଇଁ ଟଙ୍କା ଧାର କରି ବିଭିନ୍ନ ରକମର ମିଠା ପ୍ରସ୍ତୁତି ଚାଲିଥିଲା।ତେବେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡର ପାଇପ ରେ ଗ୍ୟାସ ଲିକ୍ ଯୋଗୁଁ ହଠାତ ସିଲିଣ୍ଡର ରେ ନିଆଁ ଲାଗି ବିସ୍ପୋରଣ ଘଟିଥିଲା।ଫଳରେ ହୋଟେଲ ର ୨ ବଖରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ହୋଟେଲ ଆସବାପତ୍ର ସମ୍ପୂର୍ଣ୍ଣ ଜଳିପୋଡି ନଷ୍ଟ ହୋଇଥିବା ଜଣାପଡିଛି।ଏହି ଭୟାବହ ଅଗ୍ନିକାଣ୍ଡର ପ୍ରଭାବ ଏତେ ଥିଲା ଯେ ଗ୍ୟାସ ସିଲିଣ୍ଡର ର ବିସ୍ପୋରଣରେ ହୋଟେଲ ର ଉପର ଆଲୁମିନିୟମ ଟିଣ ଛିଦ୍ର ଦେଇ ନିକଟସ୍ଥ ଜମି ପଡ଼ିଆରେ ପଡ଼ିଥିଲା।ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ରହିଛି। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ହୋଟେଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ମାଲିକ ବଳରାମ ସାହୁ ପ୍ରକାଶ କହିଛନ୍ତି।ତେବେ କ୍ଷତିଗ୍ରସ୍ତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୨.୫୦ ଲକ୍ଷ ବୋଲି ହୋଟେଲ ମାଲିକ ପ୍ରକାଶ କରିଛନ୍ତି।ଘଟଣାସ୍ଥଳରେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ପହଞ୍ଚି ଅଗ୍ନିକାଣ୍ଡ ର ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ