ଡ଼. ଗୁରୁମୂର୍ତ୍ତି ନାୟକଙ୍କ ଦ୍ୱାଦଶ ଶ୍ରlଦ୍ଧ ଦିବସରେ ସମ୍ବାଦ ସାହିତ୍ୟଘର ତରଫରୁ ରନ୍ଧା ଖାଦ୍ୟ ଓ ବସ୍ତ୍ର ବଣ୍ଟନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସମ୍ବାଦ ସାହିତ୍ୟଘର ତରଫରୁ ବରିଷ୍ଠ ସଦସ୍ୟ ତଥା ସହ -ସମ୍ପାଦକ ଡ଼. ଗୁରୁମୂର୍ତ୍ତି ନାୟକଙ୍କ ଦ୍ୱାଦଶ ଶ୍ରlଦ୍ଧ ଅବସରରେ ଚିଦାନନ୍ଦ କୁଷ୍ଠାଶ୍ରମ, ଭଞ୍ଜନଗର ଠାରେ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନl ସହ ଅନ୍ତେବାସୀ ମାନଙ୍କ ଦ୍ୱାରା ନାମ ସଂକ୍ରିତନ କରାଯାଇଥିଲା l ସଭାପତି ପ୍ରଫେସର କୃତିବାସ ବିଶ୍ୱାଳଙ୍କ ନେତୃତ୍ୱରେ ସମସ୍ତ ଅନ୍ତେବାସୀଙ୍କୁ ସମ୍ପାଦକ ସନ୍ତୋଷ ଜେନା, ଶୂଳପାଣି ଶତପଥି, ନେତାଜୀ ବିଷୋୟୀ, ସୁରେଶ ଚନ୍ଦ୍ର ସ୍ୱାଇଁ, ସୁବାସ ଚନ୍ଦ୍ର ତାରିଣୀ, ଜଗବନ୍ଧୁ ଜେନା, ଅନୁପମ ବାନାର୍ଜୀ, ଭାଗିରଥି ଦାସ,ସଂଗଠନ ସମ୍ପାଦକ ବିଶ୍ୱମ୍ବର ଜେନା,ମନୁନନ୍ଦ ପତିଙ୍କ ସକ୍ରିୟ ସହଯୋଗରେ ରନ୍ଧା ଖାଦ୍ୟ, ବସ୍ତ୍ର ବଣ୍ଟନ କରାଯାଇଥିଲା l ଏଥିରେ ସମ୍ବାଦ ସାହିତ୍ୟଘରର ସମସ୍ତ ସଦସ୍ୟା, ସଦସ୍ୟ ଓ କର୍ମକର୍ତା ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ