ପୌରପାଳିକା ଦାବି ୧୨ ରେ ଭଞ୍ଜନଗର ବନ୍ଦ ଡାକରା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଏନ.ଏ.ସି କୁ ପୌରପାଳିକା ମାନ୍ୟତା ଦାବିରେ ନାଗରିକ କମିଟି ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟ ପରିସର ରେ ଗଣଧାରଣା ବୁଧବାର ଦଶମ ଦିନ ରେ ପହଞ୍ଚି। ଏହି ପରିପ୍ରେକ୍ଷୀରେ ଆବାହକ ଅଭିମନ୍ୟୁ ଗୌଡ଼ ଙ୍କ ନେତୃତ୍ୱରେ ଏକ ବୈଠକ ବିଭିନ୍ନ ସଂଘଠନ ର କର୍ମକର୍ତ୍ତା ଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଏନ.ଏ.ସି କୁ ପୌରପାଳିକା ମାନ୍ୟତା ଦାବିରେ ନାଗରିକ କମିଟିର ଆହ୍ଵାନ କ୍ରମେ ଅଞ୍ଚଳର ବିଭିନ୍ନ ସଂଘଠନ କୁ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଆସନ୍ତା ୧୨ ତାରିଖ (ମଙ୍ଗଳବାର) ଦିନ ଏହି ବନ୍ଦ ଡାକରା ଦେଇଛି ନାଗରିକ କମିଟି। ଏ ନେଇ ଖୁବଶୀଘ୍ର ପ୍ରଶାସନ କୁ ଅବଗତ କରାଯିବା ସହ ଡାକବାଜି ମାଧ୍ୟମରେ ସହରବାସୀ ଙ୍କୁ ସଚେତନତା କରାଯିବ ବୋଲି ସଦସ୍ୟ ନଚିକେତା ପ୍ରଧାନ କହିଛନ୍ତି। ଅଞ୍ଚଳର ୪୦ ରୁ ଉର୍ଦ୍ଧ୍ବ ସଂଗଠନ ଓ ସହରାଞ୍ଚଳ କୁ ଲାଗି ରହିଥିବା ଗ୍ରାମ ଗୁଡ଼ିକର ଜନସାଧାରଣ ଏଥିରେ ସାମିଲ ହେବେ । ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ସ୍ୱାଇଁଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ବୈଠକରେ ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼,ବରିଷ୍ଠ ଆଇନଜୀବୀ ରବି ଦାସ, ଅଳକା ମଞ୍ଜରୀ ପଟ୍ଟନାୟକ,ବିଏଚପି ନେତା ମୁରଲୀଧର ପଣ୍ଡା,କଂଗ୍ରେସ ନେତା ଦେବୀ ପ୍ରସାଦ ବିଷୋୟୀ,ପୂର୍ବତନ କାଉନସିଲର ଡି. ଚେଲପତି ରାଓ,ରମେଶ ବେହେରା, ସାମ୍ବାଦିକ ସଂଘ ସଭାପତି ପ୍ରଦୀପ କୁମାର ସ୍ୱାଇଁ,ଅମରେନ୍ଦ୍ର ପଟ୍ଟନାୟକ, ବିଦେଶୀ ସାହୁ,କାଳୁ ମହାରଣା,ପୁରୁଷୋତ୍ତମ ମହାପାତ୍ର, ରଜତ କୁମାର ଦାସ,ଶିବ ନାୟକ,ବିଦ୍ୟୁତ ଭୂଷଣ ପ୍ରଧାନ,ମଧୁସୂଦନ ପଣ୍ଡା,କେଦାର ନାଥ ପାତ୍ର,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଅଟୋ ୟୁନିୟନର କର୍ମକର୍ତ୍ତା,ଓଡିଶା ଡ୍ରାଇଭର ମହାସଂଘ ଭଞ୍ଜନଗର ଶାଖାର କର୍ମକର୍ତ୍ତାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ