ମହିଳାଙ୍କ ଉପରେ ନିବେଶ କରନ୍ତୁ ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ

ରାୟଗଡ଼ା, (ବିଶ୍ୱରାଜ ଛିଞ୍ଚାଣି):ରାୟଗଡ଼ା ଜିଲା ପ୍ରଶାସନର ସମାଜ ମଙ୍ଗଳ କଲ୍ୟାଣ ବିଭାଗ ତରଫରୁ ଚୈତନ୍ୟ କକ୍ଷ ଗୃହଠାରେ ଜିଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ୭ ଫେବୃଆରୀ, ୨୦୨୪, ପାଳିତ ହୋଇଯାଇଛି। ରାୟଗଡା ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ସମାଜରେ ମହିଳାଙ୍କର ଭାଗୀଦାରିତାକୁ ସୁନିଶ୍ଚିତ କରିବା ସହ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ଜିଲାପାଳ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ରାୟଗଡା ପୌରପାଳିକା ର ଅଧକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ମହିଳା ମାନଙ୍କ ଆଇନ ଗତ ଅଧିକାର ସମ୍ୱନ୍ଧରେ ସଚେତନତା କରିଥିଲେ | ଏଥିରେ SDG chair person ଶ୍ରୀମତୀ ଅନୁସୟା ମାଝୀ ସନମାନନୀୟ ଅତିଥି ଭାବେ ଉପସ୍ଥିତ ରହି ନାରୀ ଶଶସ୍ତିକରଣ ଉପରେ ଉଦବୋଧନା ଦେଇ ଜିଲ୍ଲା ର ସମସ୍ତ ମହିଳା ମାନଙ୍କୁ ବିକାଶର ମନୋବଳ ପ୍ରଦାନ କରିଥିଲେ | ରାୟଗଡା ର ଜିଲ୍ଲା ପରିଷଦ ଶ୍ରୀମତୀ ସରସ୍ବତୀ ମାଝୀ ମୋହଦୋୟା, ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନ କରି ନାରୀମାଙ୍କୁ ସ୍ୱାବଲମ୍ବୀ ଓ ମହିଳା ସୁରକ୍ଷା ବିଷୟରେ ଉଦବୋଧନା ଦେଇଥିଲେ admo ଡ଼ ମମତା ଚୌଧୁରୀ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ସଚେତନତା କରିଥିଲେ | ଏହି ଅବସରରେ , CWC ଓ LCC ର chairperson ଓ ମେମ୍ବର, ରାୟଗଡା college ର ପ୍ରିନସିପାଲ ଓ Asst prof ଏବଂ ASP ଶ୍ରୀ Nanda ଯୋଗ ଦେଇ କାଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ. W&CD ଓ POSHAN ABHIYAN ପକ୍ଷରୁ ଜିଲ୍ଲା ସ୍ତରୀୟ ପୁଷ୍ଟି ପଞ୍ଚାୟତ ଭାବ ଚୟନ କରା ଯାଇଥିବା ଗାଜିଗାଁ ଗ୍ରାମପଞ୍ଚାୟତ କୁ ପୁରସ୍କାର ରାଶି ₹ 50, 000/- ( ପଚାଶ ହଜାର ଟଙ୍କା ) ଏବଂ ଜିଲ୍ଲା ସ୍ତରରେ gradation ରେ ଚୟନ କରାଯାଇଥିବା ତିନୋଟି ଆଦର୍ଶ ଅଙ୍ଗନ ବାଡ଼ି କେନ୍ଦ୍ର ଯଥା ପାଣ୍ଡରାଝୁଲି, ରାମନାଗୁଡ଼ା ICDS, କୁ ₹20,000 କୋଡିଏ ହଜାର ଟଙ୍କା, କଲନରା ICDS ଅନ୍ତର୍ଭୁକ୍ତ କେଲିଗୁଡା ଅଙ୍ଗନବାଡି କେନ୍ଦ୍ର କୁ ₹ 15,000/ ପନ୍ଦର ହଜାର ଟଙ୍କା, ଓ ଗୁଡାରି ICDS ଆନ୍ତର୍ଗତ ଖରିଆଗୁଡା ଅଙ୍ଗନବାଡି କେନ୍ଦ୍ର କୁ ₹10,000/- ଦଶ ହଜାର ଟଙ୍କା ପୁରସ୍କାର ରାଶି ଭାବେ ଜିଲ୍ଲା ପାଳ ଙ୍କ ଦ୍ୱାରା ପ୍ରଦାନ କରାଯିବା ସହିତ ଦୁଇଜଣ ଆଦର୍ଶ Supervisor, ତିନୋଟି ଆଦର୍ଶ ଅଙ୍ଗନବାଡି କର୍ମୀ ତଥା ଦୁଇଟି କିଶୋରୀ ବାଳିକାଙ୍କୁ ପୁରସ୍କାର ରାଶି ପ୍ରଦାନ କରି ସମସ୍ତଙ୍କୁ ମହିଳା ଓ ସମାଜ କଲ୍ୟାଣର ସରକାରୀ ଯୋଜନା ରେ ସହଯୋଗ କରିବାପାଇଁ ଉତ୍ସାହ ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲାର ସମସ୍ତ ICDS ସିଡିପିଓ, Supervisors, ଅଙ୍ଗନବାଡି କର୍ମୀ ତଥା ଅଙ୍ଗନବାଡି ସହାୟକାଯୋଗଦାନ କରି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ | ଏହି କାର୍ଯ୍ୟକ୍ରମ କୁ DPM- NOP, ସୁଶ୍ରୀ ସ୍ନେହଲତା ପାଢ଼ୀ ପରିଚାଳନା କରିଥିଲେ ଏବଂ ପୋଷଣ ଅଭିଯାନ ର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୁଶ୍ରୀ ମଧୁଲତା ଦଣ୍ଡସେନା, ପୋଷଣ DPA, ଶ୍ରୀ ମହେନ୍ଦ୍ର କୁମାର ଦାସ ସହଯୋଗ କରିଥିଲେ | ପରିଶେଷରେ ରାୟଗଡା ସିଡିପିଓ ନାରୀଶକ୍ତି ଉପରେ ସ୍ଲୋଗାନ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ