ସାନଖେମୁଣ୍ଡିରେ ବ୍ଲକ୍ ସ୍ତରୀୟ ବିଏସକେୱାଇ ନବୀନ କାର୍ଡ ବଣ୍ଟନ ମେଳା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ସରକାରଙ୍କ ପ୍ରତିଟି ଜୀବନ ମୂଲ୍ୟବାନ ସ୍ଲୋଗାନ ଆଧାରରେ ଊଷ୍ଠା ଓଡ଼ିଶ୍ଧ , ସୁଖୀ ଓଡ଼ିଶା ନାରାକୁ ସାକାର କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡର ପ୍ରଚଳନ କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଏହି ବ୍ୟବସ୍ଥାରେ ସେମାନଙ୍କ ନିଃଶୁଳ୍କ ଚିକିତ୍ସା ସେବା ସହ ଜଟିଳ ଖର୍ଚ୍ଚ ବହୁଳ ଚିକିତ୍ସା ଖର୍ଚ୍ଚ ସରକାରଙ୍କ ପକ୍ଷରୁ ବହନ କରାଯିବା ବ୍ୟବସ୍ତା ମଧ୍ୟ ରହିଛି । ସରକାରଙ୍କ ପକ୍ଷରୁ ବ୍ଳକ ସ୍ତରରେ ବଣ୍ଟନ କରାଯାଉଥିବା ଅବସରରେ ଆଜି ସାନଖେମୁଣ୍ଡି ବ୍ଲକ୍ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନରେ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆୟୋଜିତ ଏହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚାଳ ପାତ୍ର ଯୋଗଦେଇଥିବା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟା ଅମିନ ପ୍ରଧାନ , ଶଙ୍କର୍ଷଣ ସ୍ବାଇଁ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈଜୟନ୍ତୀ ମୁଣ୍ଡା ପ୍ରମୁଖ ମଞ୍ଚାସିନା ରହିଥିଲେ । ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମକୁ ନିର୍ବାହୀ ଅଧିକାରୀ ରାମ ପ୍ରସାଦ ପୃଷ୍ଟି ସଂଯୋଜନା କରିଥିଲେ । ଗୋଷ୍ଠି ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ ମାଝୀଙ୍କ ସହ ନିର୍ବାହୀ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରରୁ ଏକତ୍ରିତ ହୋଇଥିବା ପ୍ରାୟ ୪୫୬ ଜଣଙ୍କୁ ନବୀନ କାର୍ଡ ବିତରଣ କରାଯାଇଥିଲା । ବଳକା ନବୀନ କାର୍ଡକୁ ପଞ୍ଚାୟତ ସ୍ତରରେ ବଣ୍ଟନର ବ୍ୟବସ୍ଥା ହୋଇଥିବା ପ୍ରକାଶ କରାଯାଇଥିଲା ।ଅନୁଷ୍ଠିତ ଏହି ବିତରଣ ମେଳାରେ ସମସ୍ତ ପଞ୍ଚାୟତ ସରପଞ୍ଚ ଜନପ୍ରତିନିଧି ଉପସ୍ଥିତ ରହି ନିଜ ନିଜ ପଞ୍ଚାୟତ ର ହିତାଧିକାରି ଙ୍କୁ ବଣ୍ଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ