ବ୍ରହ୍ମାକୁମାରୀସ୍‌, ପ୍ରଭୁ ଉପହାର ରିଟ୍ରିଟ୍ ସେଣ୍ଟରଠାରେ ଦ୍ୱାଦଶ ଜ୍ୟୋତିଲିଙ୍ଗମ୍‌ ଆଧ୍ୟାତ୍ମିକ ସଂସ୍କୃତିକ ସଂଧ୍ୟା ଆୟୋଜିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମାକୁମାରୀସ୍‌, ପ୍ରଭୁ ଉପହାର ରିଟ୍ରିଟ୍ ସେଣ୍ଟର ଠାରେ ମହାଶିବରାତ୍ରୀ ଉପଲକ୍ଷେ ଆୟୋଜିତ ଦ୍ୱାଦଶ ଜ୍ୟୋତିଲିଙ୍ଗମ୍ ପରମାତ୍ମା ମିଳନ ଚୈତନ୍ୟ ମେଢ଼ର ଉଦ୍‌ଯାପନ ଦିବସରେ ଏକ ଆଧ୍ୟାତ୍ମିକ ସଂସ୍କୃତିକ ସଂଧ୍ୟା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏମ୍‌.ବି.ଏ ବିଭାଗର ପ୍ରଫେସର ଡା. ସୁମନ କଲ୍ୟାଣ ଚୌଧୁରୀ ତଥା ସହକାରୀ ପ୍ରାଧ୍ୟାପକ ଡା. ଶାରଦା ପ୍ରସାଦ ସାହୁ ସମ୍ମାନୀୟ ଅତିଥି ରୂପେ ଯୋଗଦେଇ ଉକ୍ତ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରାଜଯୋଗ ଶିକ୍ଷାକୁ ଏକାଗ୍ରତା ନିଷ୍ଠା ଏବଂ ଧୈର୍ଯ୍ୟ ଆଧାରରେ ଆତ୍ମସାତ କରି ଏକ ପବିତ୍ର ସୁଖଶାନ୍ତିମୟ ସମାଜ ନିର୍ମାଣରେ ସହଯୋଗୀ ହେବା ସକାଶେ ଆହ୍ୱାନ କରିଥିଲେ । ବ୍ରହ୍ମାକୁମାରୀସ୍ ବ୍ରହ୍ମପୁର ସବ୍‌ଜୋନ୍ ସଞ୍ଚାଳିକା ରାଜଯୋଗିନୀ ଭଗ୍ନୀ ମଞ୍ଜୁ ନିଜ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦ୍ୱାରା ନବୀନତାକୁ ଅନୁଭବ କରିବା ଉଦାରତା, ସରଳତା, ମହାନତା, ସହନଶୀଳତାର ମାନସିକତାକୁ ଧାରଣ କରିବା ଆବଶ୍ୟକ ବୋଲି କହିଥିଲେ । ବ୍ରହ୍ମାକୁମାରୀସ୍ ପ୍ରଭୁ ଉପହାର ରିଟ୍ରିଟ୍ ସେଣ୍ଟର ନିର୍ଦ୍ଦେଶିକା ବ୍ରହ୍ମାକୁମାରୀ ଭଗ୍ନୀ ମାଳା ନିଜ ବକ୍ତବ୍ୟରେ କହିଥିଲେ ଯେ ନିଜ ବାସ୍ତବ ସତ୍ୟ ପରିଚୟ ତଥା ପରମାତ୍ମାଙ୍କ ଯଥାର୍ଥ ପରିଚୟ ଅନୁଭବ କରିବା ଦ୍ୱାରା ଜୀବନରେ ଦିବ୍ୟଗୁଣର ସଞ୍ଚାର ହେବ ଯାହାର ଆଧାରରେ ଅନ୍ୟମାନଙ୍କୁ ଅନୁପ୍ରାଣୀତ କରିହେବ । ବ୍ରହ୍ମାକୁମାରୀ ଭଗ୍ନୀ ସୁଜାତା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅସରରେ ଆୟୋଜିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗମ୍ ଚୈତନ୍ୟ ଝାଙ୍କି(ମେଢ଼)ର ରହସ୍ୟକୁ ଶତାଧିକ ଜନସାଧାରଣ ହୃଦୟଙ୍ଗମ କରିଥିଲେ ତତ୍‌ପରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ବ୍ରହ୍ମାକୁମାରୀ ଏବଂ ବ୍ରହ୍ମାକୁମାର ମାନଙ୍କ ଦ୍ୱାରା ଅନେକ ଚିତ୍ତାକର୍ଷକ ଆଧ୍ୟାତ୍ମିକ ସାଂସ୍କୃତିକ ନୃତ୍ୟ, ସଙ୍ଗୀତ ଏକାଙ୍କିକା ଏବଂ ନାଟକ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ