ଗ୍ରାମ ଉନ୍ନୟନ ବିଭାଗର ଦୁଇ ପ୍ରକଳ୍ପର ଭିତ୍ତିପ୍ରସ୍ତର

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ୍ ଅନ୍ତର୍ଗତ ଚେଙ୍ଗ ଗ୍ରାମ ଠାରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନା ଆନୁକୁଲ୍ୟରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ କରିବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ପୋଲସରା ବ୍ଲକ୍ ଅନ୍ତର୍ଗତ ବିରିପୁର ଗ୍ରାମରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୁଲ୍ୟରେ ବିରିପୁର ଠାରୁ ନିରାସପଲ୍ଲୀ ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ବିଧାୟକଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ସରପଞ୍ଚ ରଘୁନାଥ ଭୂୟାଁ, ସମିତି ସଭ୍ୟା ସୁକାନ୍ତି ଶବର, ପୀତବାସ ପ୍ରଧାନ, ପ୍ରଫୁଲ୍ଲ ପଣ୍ଡା, ରବିନ୍ଦ୍ର ନାୟକ ସମେତ ଉଭୟ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ