ବ୍ଲକ ସ୍ତରୀୟ ମହିଳା ମହାସଂଘ କାର୍ଯ୍ୟକାରୀ ପରିଷଦ ସଭ୍ୟାଙ୍କ ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ମିଶନଶକ୍ତି ସଭା ଗୃହରେ ବ୍ଲକ ସ୍ତରୀୟ ମହିଳା ମହାସଂଘର କାର୍ଯ୍ୟକାରୀ ପରିଷଦ ସଭ୍ୟା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ତ ବ୍ଲକ ନିଖିଳ ଓଡିଶା ଜି.ପି.ଏଲ.ଏଫ ଇ.ସି ମହାସଂଘ ଆହ୍ୱାନରେ ଅନୁଷ୍ଠିତ ଏହି ବୈଠକରେ ୨୫ ପଞ୍ଚାୟତର ଇ.ସି ସଭ୍ୟା ମାନେ ଯୋଗ ଦେଇଥିଲେ । ଏହି ଅବସରରେ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ସଭାନେତ୍ରୀ ଭାବେ ସୁକାନ୍ତୀ ପଢିଆରୀ, ଉପସଭାନେତ୍ରୀ ଭାବେ ପ୍ରମିଳା ସାହୁ, ସମ୍ପାଦିକା ଭାବେ ମନୋରମା ବେହୁରିଆ, ସହସମ୍ପାଦିକା ଭାବେ ସସ୍ମିତା ସେଠୀ, କୋଷାଧ୍ୟକ୍ଷା ଭାବେ ବବିତା ଘୋଷ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ କମିଟିର ସଭ୍ୟା ଭାବେ ସସ୍ମିତା ନାୟକ, ରାଜଶ୍ରୀ ଦାସ, ମିନାକ୍ଷୀ ନାୟକ, ସବିତାରାଣୀ ବେହେରା, ପୂର୍ଣ୍ଣିମା ନନ୍ଦ, ଅଫସାନା ବିବି, ଜୟନ୍ତୀ ମହାକୁଡ, ଛବିଲତା ଦଳେଇ, ସସ୍ମିତା ସାହୁ, ଯାମିନୀ ରଞ୍ଜନ ଜେନା, ତପସ୍ୱିନୀ ପାତ୍ର, ଉମାଶ୍ରୀ ଗ୍ରହାଚାର୍ଯ୍ୟ, ଭାରତୀ ପତି, ଝୁନୁଲତା ମହାପାତ୍ର ମନୋନୀତ ହୋଇଥିଲେ । ବୈଠକରେ ଜି.ପି.ଏଲ.ଏଫ ଇ.ସି ସଭ୍ୟା ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ଏଥିସହ ଇ.ସି ସଭ୍ୟା ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ଅନ୍ୟ କର୍ମଚାରୀ ଭଳି ସେମାନଙ୍କୁ ୬୨ ବର୍ଷରେ ଅବସର ଦେବା, ମାସିକ ଦରମା ୨୬ ହଜାର ଟଙ୍କା ପ୍ରଦାନ କରିବା, ମିଶନଶକ୍ତି ମାଧ୍ୟମରେ ବି.ଏସ୍‌.କେ.ୱାଇ ବୀମାର ସୁବିଧା ପ୍ରଦାନ କରିବା, କାର୍ଯ୍ୟକାଳ ମଧ୍ୟରେ ଇ.ସି ସଭ୍ୟା ମାନେ ମୃତ୍ୟୁବରଣ କଲେ ପରିବାରଲୋକଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ଅବସର ପରେ ପ୍ରୋତ୍ସାହନ ରାଶି ମାସିକ ୧୦ ହଜାର ଟଙ୍କା ପ୍ରଦାନ କରିବା ଆଦି ଦାବୀ ସମ୍ପର୍କରେ ଆଲୋଚନା ହୋଇଥିଲା । ଏସମ୍ପର୍କରେ ରାଜ୍ୟ ସରକାରଙ୍କୁ ସ୍ମାରକ ପତ୍ର ଦେବା ନେଇ ନିଷ୍ପତ୍ତି ହୋଇଥିଲା । ରାଜ୍ୟ ସରକାର ଉପରୋକ୍ତ ଦାବୀ ଗୁଡିକୁ ପୂରଣ ନକଲେ ଆଗାମୀ ଦିନରେ ଇ.ସି ସଭ୍ୟା ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବୈଠକରେ ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ