୮ ଲେନ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ ସମୟରେ ଜିଲ୍ଲାର ଜଳସେଚନ ଓ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦେବାକୁ କୃଷକ ବିକାଶ ପରିଷଦର ଦାବି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦୈତାରୀ ପାରାଦୀପ ଜାତୀୟ ରାଜପଥ ଯାଜପୁର ଜିଲ୍ଲାରୁ ଜଗତସିଂହପୁର ଜିଲ୍ଲାକୁ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଦେଇ ପାରାଦୀପ ପର୍ଯ୍ୟନ୍ତ ଯାଇଅଛି । ହରିଦାସପୁର–ପାରାଦୀପ ରେଳପଥ ଦୈତାରୀ -ପାରାଦୀପ ଜାତୀୟ ରାଜପଥର ବାମ ପାର୍ଶ୍ୱରେ ଯାଇଅଛି । ଦୈତାରୀ-ପାରାଦୀପ ରାସ୍ତା ୪ ଲେନ ବିଶିଷ୍ଟ ଥିଲା । ଏହାକୁ ସରକାର ଏବେ ୮ ଲେନ ବିଶିଷ୍ଟ କରୁ ଅଛନ୍ତି ଓ ଏହି କାର୍ଯ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହୋଇ ଦ୍ରୁତ ଗତିରେ ଚାଲୁଅଛି । ନଦୀ, ନାଳ ଘେରା କେନ୍ଦ୍ରାପଡ଼ା ଜିଲ୍ଲାର ମଧ୍ୟ ଭାଗ ଦେଇ ୮ ଲେନ ବିଶିଷ୍ଟ ରାଜପଥ, ପଞ୍ଚୁପାଣ୍ଡବ ଛକ ଠାରୁ ନୀଳାଚଳ ଛକ ପର୍ଯ୍ୟନ୍ତ ନିର୍ମାଣ କରାଯିବା ସମୟରେ ଜିଲ୍ଲାର ଜଳସେଚନ ଓ ଜଳ ନିଷ୍କାସନ ଉପରେ ବହୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପଡିବ । ଏଥିରେ ବହୁ ପାଟନାଳି, କେନାଲ ଓ ନଦୀ ପ୍ରଭାବିତ ହେବ । ଏଣୁ ରାସ୍ତା ନିର୍ମାଣ ସମୟରେ ଜିଲ୍ଲାର ଚାଷୀମାନଙ୍କର ଶସ୍ୟକ୍ଷେତ୍ରକୁ କେନାଲର ସଂଯୋଗ ଓ ପାଟନାଳିରେ ଜଳ ନିଷ୍କାସନ ଓ ନଦୀର ପୋଲ ଆଦି ନିର୍ମାଣ ସମୟରେ ବହୁ ସତର୍କତାର ସହ କାର୍ଯ୍ୟ କରିବାକୁ ପଡିବ । ନତୁବା ଜିଲ୍ଲାରେ ଜଳ ନିଷ୍କାସନ ନ ହୋଇ ପାରି ରାସ୍ତା ର ଉଭୟ ପାର୍ଶ୍ୱରେ ୧୦୦ରୁ ଉର୍ଦ୍ଧ୍ୱ ପାଟ ସୃଷ୍ଟି ହୋଇ ବର୍ଷାଦିନେ ହ୍ରଦର ଭ୍ରମ ସୃଷ୍ଟି କରିବ । ଚାଷୀମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ କରିଥିବା ଫସଲକୁ ଅମଳ କରି ଘରକୁ ନେଇ ପାରିବେ ନାହିଁ ଓ ବହୁ କ୍ଷତିର ସମ୍ମୁଖୀନ ହେବେ । ଅନେକ ସ୍ଥଳରେ କେନାଲ ସ୍ଥାନରେ କେବଳ ହୁମ ପାଇପ ନ ପକାଇ ସଠିକ ଭାବରେ ସୁଉଚ୍ଚ ବକ୍ସ ପୋଲ କରି ଜଳ ସେଚନର ବ୍ୟବସ୍ଥା କରିବାକୁ ହେବ । ପାଟନାଳି ଉପରେ ସୁଉଚ୍ଚ ପୋଲ ନିର୍ମାଣ କରା ନଗଲେ ବର୍ଷା ଦିନେ ପୋଲ ପାଖରେ ଦଳ ଅଟକି ଓ ଜମିରହି ଜଳ ନିଷ୍କାସନରେ ବାଧା ସୃଷ୍ଟି କରିବ । ୮ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ସମୟରେ ଉଭୟ ଜଳ ସେଚନ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସଠିକ ତଦାରଖ କରି କାର୍ଯ୍ୟ କରା ନ ଗଲେ ଓ ଚାଷୀଙ୍କ ଦାବି ପ୍ରତି ଅଣଦେଖା କରିଲେ କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଅଗ୍ରଣୀ କୃଷକ ସଂଗଠନ \”କୃଷକ ବିକାଶ ପରିଷଦ\” ନୀରବ ଦ୍ରଷ୍ଟା ହୋଇ ବସି ରହିବ ନାହିଁ । ବରଂ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ୍ୟ ହେବ । କୃଷକ ମାନଙ୍କୁ ବନ୍ଧୁ ଭାବି ସେମାନଙ୍କ ସହିତ ବନ୍ଧୁତାର ହାତ ବଢାଇ, ରାସ୍ତା ନିର୍ମାଣ ସମୟରେ ଉଭୟ ଜଳସେଚନ ଓ ଜଳ ନିଷ୍କାସନ ଉପର ଗୁରୁତ୍ୱ ପ୍ରଦାନ କରିବାକୁ କୃଷକ ବିକାଶ ପରିଷଦର ଅଧକ୍ଷ ତଥା କୃଷକ ନେତା ବିଜୟ ପରିଡା ଜିଲ୍ଲାପାଳଙ୍କ ସହ ସବିଶେଷ ଆଲୋଚନା କରି ଆଜି ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ କୃଷକ ବିକାଶ ପରିଷଦର ସୁରେନ୍ଦ୍ର ପଳାଇ, ମଧୁସୂଦନ ରାଉତ, ରଞ୍ଜନ ବିଶ୍ୱାଳ, ଧରଣୀଧର ପରିଡା, ଅନନ୍ତ ବାସୁଦେବ ବରାଳ, ପୂର୍ଣ୍ଣଚନ୍ଦ୍ର କର ଓ ଶ୍ରୀଧର ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ