ଵହଳଦା ଥାନା! ବେଆଇନ ଗୋ ଚମଡା ବୋଝେଇ ଟ୍ରକ ଜବତ,୩ ଅଟକ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଆଜି ଭୋରୁ ମୟୂରଭଞ୍ଜ ଜିଲ୍ଲାର ବହଳଦା ବାଇପାସ୍ ରୋଡ଼ ଛକରେ ବେଆଇନ ଗୋ ଚମଡା ବୋଝେଇ ଟ୍ରକ OD 09 K 6941କୁ ପୋଲିସ ଜବତ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ବେଆଇନ ଗୋ ଚମଡା ବୋଝେଇ ଟ୍ରକକୁ କୌଣସି ସୂତ୍ରରୁ ଖବର ପାଇ ଵହଳଦା ପୋଲିସ ଆଜି ଭୋରୁ ବହଳଦା ବାଇପାସ୍ ଛକ ନିକଟରେ ଜବତ କରିବା ସହ ପୋଲିସ କେଶ ନମ୍ବର ୨୯/୨୪ ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ଟ୍ରକଟି ଭଦ୍ରକ ଜିଲ୍ଲାର ଜନୈକ ମାଲିକଙ୍କର ।ଗୋରୁ ଚମଡାର ଆନୁମାନିକ ପାଖାପାଖି ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ପୋଲିସ ଟ୍ରକ ଜବତ ସହ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।ଗୋ ଚମଡା ଵୋଝେଇ ଟ୍ରକଟି ଭଦ୍ରକ ଯାଇ ସେଠାରୁ ପଶ୍ଚିମବଙ୍ଗ ଯିବାର ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ