ନିରଞ୍ଜନ ଓ ମନୋଜଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ବିଦ୍ୟାଳୟସ୍ତରୀୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଶୈଖିକ କାର୍ଯ୍ୟକଳାପ ଓ ଶିକ୍ଷଣ ପ୍ରକ୍ରିୟା ଏବେ ଆଉ ଶ୍ରେଣୀ କୋଠରି ମଧ୍ୟରେ ଆବଦ୍ଧ ହୋଇ ନାହିଁ ଏବଂ ଶିକ୍ଷା ପରିସର ଆଉ ଆନୁଷ୍ଠାନିକଭାବେ ପାଠ ପଢିବା ବା ଉଚ୍ଚଶିକ୍ଷାରେ ସିମୀତ ନୁହେଁ। ଶୈଖିକ ପ୍ରକ୍ରିୟା କେବଳ ଶ୍ରେଣୀ ଆଧାରିତ ପାଠ୍ୟକ୍ରମ ମାଧ୍ୟମରେ ଘଟୁନାହିଁ , ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ଗଣମାଧ୍ୟମ , ସୂଚନା ଓ ସଂଚାର ଟେକ୍ନୋଲୋଜି ପୁସ୍ତକ ଓ ପତ୍ରପତ୍ରିକା ଇତ୍ୟାଦି ଦ୍ଵାରା ମଧ୍ୟ ହେଉଅଛି। ତୃଣମୂଳ ସ୍ତରରେ ଶିକ୍ଷାର୍ଥୀ ମାନଙ୍କର ଆବଶ୍ୟକତା ଅନୁଯାୟୀ ଶିକ୍ଷାଦାନ ହିଁ ପ୍ରକୃତ ଶିକ୍ଷକର ଧର୍ମ। ବିଦ୍ୟାଳୟରେ ଉଚିତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସମୟାନୁବର୍ତ୍ତିତା,ଛାତ୍ରବତ୍ସଳ ନୀତି, ଉତ୍ତମ କର୍ତ୍ତବ୍ୟନିଷ୍ଠା, ଗୁଣାତ୍ମକ ଶିକ୍ଷାଦାନ ଓ ଅନ୍ୟାନ୍ୟ ସହଶୈକ୍ଷିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପଡେ। ଏକତା, ବନ୍ଧୁତା ଓ ସେବା ମନୋଭାବ ହିଁ ପ୍ରକୃତ ଶିକ୍ଷାଦାନର ମୂଳମନ୍ତ୍ର। ଏହି ସବୁ ନୀତିନିୟମ ଅବଲମ୍ବନ କରି ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦୁଇ ଯୁବ ଶିକ୍ଷକ ରାଜ୍ୟସ୍ତରରେ ଶ୍ରୀଯୁକ୍ତ ନିରଞ୍ଜନ ବିଶ୍ୱାଳ ଓ ବ୍ଲକ୍ ସ୍ତରରେ ଶ୍ରୀଯୁକ୍ତ ମନୋଜ କୁମାର ସ୍ବାଇଁ ଗଣିତ ବିଷୟରେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଛନ୍ତି। ଏଥିପାଇଁ ବିଦ୍ୟାଳୟସ୍ତରରେ ପ୍ରଧାନଶିକ୍ଷକ ଡ. ସ୍ନିଗ୍ଧାରାଣି ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଦୁଇ ଶିକ୍ଷକଙ୍କୁ ମାନପତ୍ର,ଉପଢୌକନ ଓ ଫୁଲତୋଡ଼ା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନଶିକ୍ଷକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିଶୁସାହିତ୍ୟକ ଓ ଗବେଷକ ତଥା ଶିକ୍ଷାବିତ୍ ଡ. ଅନ୍ତର୍ଯ୍ୟାମୀ ପ୍ରଧାନ , ମୁଖ୍ୟ ବକ୍ତା ଭାବେ କଞ୍ଚଣା ଉଚ୍ଚ ବିଦ୍ୟାଳୟର ଆଞ୍ଚଳିକ ସାଧନ କର୍ମୀ ଶ୍ରୀଯୁକ୍ତ ଇନ୍ଦ୍ରମଣି ପ୍ରଧାନ ,ସମ୍ମାନୀତ ଅତିଥି ଭାବେ କଞ୍ଚଣା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତି ସଭ୍ୟ ଶ୍ରୀଯୁକ୍ତ ଚିତ୍ରସେନ ଘୋଷ, ବିଦ୍ୟାଳୟର ସଭପତି ଶ୍ରୀଯୁକ୍ତ ଶିବ ଶଙ୍କର ବିଷୋୟୀ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ବିଭୂତିଭୂଷଣ ଭୋଇ, ମମତା ପଣ୍ଡା, ମଧୁଛନ୍ଦା ଜେନା, ସାହିଦା ବେଗମ୍,ଜ୍ୟୋସ୍ନାବାଳା ସେନାପତି,ଲକ୍ଷ୍ମଣ ସାହୁ, ପ୍ରମିତା ଦାସ, ଗଗନ ବିହାରୀ ସାସମଲ୍, ବିନାୟକ ସାହାଣୀ, ସୁନିଲ କୁମାର ପଟ୍ଟନାୟକ,କବିତା ବେହେରା, ନମିତା ପ୍ରିୟଦର୍ଶିନୀ ଜେନା ଉପସ୍ଥିତ ଥିଲେ। ଶିକ୍ଷକ ନିରଞ୍ଜନ ବିଶ୍ୱାଳ ଓ ମନୋଜ କୁମାର ସ୍ବାଇଁ ବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କ ବିକାଶ ଓ ଉନ୍ନତି ପାଇଁ ଆହୁରି ଏହିଭଳି ଅଧିକ କର୍ତ୍ତବ୍ୟ ତଥା ସମୟ ଦେବା ଏବଂ ସବୁ କାର୍ଯ୍ୟରେ ନିଜକୁ ସବୁବେଳେ ନିୟୋଜିତ ରଖିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ