ଏବେ ହାତ ପାଆନ୍ତାରେ ଉପଲବ୍ଧ ବିଦ୍ୟୁତ ସେବା

ବାଲେଶ୍ଵର, (ସରୋଜ ପଣ୍ଡା):ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ଯୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ନିଜର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା କ୍ଷେତ୍ରରେ ସର୍ବଦା ଗୁରୁତ୍ଵ ଦେଉଥିବା ବେଳେ ସେବା ବିତରଣ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିବା ପାଇଁ ଧ୍ୟାନ ଦେଉଛି। ମୁଖ୍ୟତଃ ଉପଭୋକ୍ତାମାନଙ୍କ ବିଭିନ୍ନ ସମସ୍ୟାର ତ୍ଵରିତ ସମାଧାନ ଓ ସେମାନଙ୍କ ହାତ ପାଆନ୍ତାରେ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବାକୁ ଗୁରୁତ୍ଵ ଦେଉଥିବା ଦେଖିବାକୁ ମିଳିଛି। ଉପଭୋକ୍ତାମାନଙ୍କ ବିଦ୍ୟୁତ ସେବା ସମ୍ପର୍କିତ ଯେ କୌଣସି ସମସ୍ଯାର ସମାଧାନ ପାଇଁ ୨୪ଘଣ୍ଟିଆ ଦେୟ ମୁକ୍ତ ଗ୍ରାହକ ସେବା ନମ୍ବର ୧୮୦୦୩୪୫୬୭୧୮/ ୧୯୧୨ ସୁବିଧା କରାଇବା ସହ ୧୬ଟି ଗ୍ରାହକ ସେବା କେନ୍ଦ୍ର ଓ ୧୩୯ଟି ଅନୁଭବ କେନ୍ଦ୍ର ମଧ୍ୟ ଖୋଲିଛି। ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଟିପିଏନଓଡିଏଲର ସମସ୍ତ ଡିଭିଜନରେ ଖୋଲିଥିବା ବେଳେ ଅନୁଭବ କେନ୍ଦ୍ରଗୁଡ଼ିକ ଗ୍ରାମାଞ୍ଚଳର ଉପଭୋକ୍ତାମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଖୋଲିଛି। ଏହି କେନ୍ଦ୍ରଗୁଡ଼ିକରେ ଉପଭୋକ୍ତା ବିଦ୍ୟୁତ ସେବା ସମ୍ପର୍କିତ ନିଜର ଦ୍ଵନ୍ଦ୍ଵ ଦୂର କରିବା, ସମସ୍ଯାର ସମାଧାନ କରିବା ସହିତ ବିଲ ପଇଠ ମଧ୍ୟ କରିପାରିବେ। ଗ୍ରାହକ ସେବା କେନ୍ଦ୍ର ଓ ଅନୁଭବ କେନ୍ଦ୍ରଗୁଡ଼ିକ ଛୁଟିଦିନ ବ୍ୟତୀତ ପ୍ରତିଦିନ ସକାଳ ୯.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ସମସ୍ତ ସେକ୍ସନ,ସବ-ଡିଭିଜନ୍ ଓ ଡିଭିଜନ ଅଫିସରେ ମଧ୍ୟ ଉପଭୋକ୍ତା ନିଜର ଅଭିଯୋଗ ଦାଖଲ କରିବାର ସୁଯୋଗ ପାଉଛନ୍ତି। ସଠିକ ଏବଂ ସ୍ବଚ୍ଛ ବିଦ୍ୟୁତ୍ ବିଲ୍ ପ୍ରଦାନ କରିବା ଉପରେ ଟିପିଏନଓଡିଏଲ ଗୁରୁତ୍ଵ ଦେବା ସହ ଉପଭୋକ୍ତାଙ୍କର ବିଲ୍ ନେଇ କୌଣସି ଅସଙ୍ଗତି ଥିଲେ ସଂଶୋଧନ କରିବା ପ୍ରକ୍ରିୟା ମଧ୍ୟ ସହଜ ହୋଇଛି। ବିଦ୍ୟୁତ ବିଲ ପଇଠ ପ୍ରକ୍ରିୟାକୁ ସହଜ କରିବା ପାଇଁ ଟିପିଏନଓଡିଏଲର ସମସ୍ତ ଡିଜିଟାଲ ପଦ୍ଧତ୍ତି ଜରିଆରେ ବିଲ ଗ୍ରହଣ କରୁଛି। ସ୍ପାଇସ ମନି କେନ୍ଦ୍ର, ଏୟାରଟେଲ ପେମେଣ୍ଟସ ବ୍ଯାଙ୍କ, ଏସବିଆଇ କଷ୍ଟମର ଟଚ ପଏଣ୍ଟ ଭଳି ବିଭିନ୍ନ ତୃତୀୟ ପକ୍ଷ ସଂସ୍ଥା ଦ୍ଵାରା ବିଦ୍ୟୁତ ବିଲ୍ ପଇଠ ପାଇଁ ସୁବିଧା ଉପଲବ୍ଧ କରିଛି। ସେହିଭଳି ବିଜୁଳି ସେବା ସମ୍ବନ୍ଧିତ ସମସ୍ତ ସହାୟତା ପାଇଁ ‘ମାଇଁ ଟାଟା ପାୱାର ଆପ’କୁ ବ୍ୟବହାର କରିବାକୁ ଟିପିଏନଓଡିଏଲ ପକ୍ଷରୁ ଉପଭୋକ୍ତାମାନଙ୍କୁ ପରାମର୍ଶ ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ