ପୁନେରେ ଓଡ଼ିଆଙ୍କ ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପୁନେ ସ୍ଥିତ ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ , ବନ୍ଦେ ଉତ୍କଳ ଭାରତୀ, ସରସ୍ୱତୀ ପୂଜା ସମିତି ଓ ମହାରାଷ୍ଟ୍ରର ଇକୋଗ୍ରାମ ସୋସାଇଟିର ମିଳିତ ଆନୁକୂଲ୍ଯରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମଜୟନ୍ତି ଓ ନାରୀଙ୍କ ସମାଜ ପ୍ରତି ଅତୁଳନୀୟ ଅବଦାନର ଦିବସ ବିଶ୍ୱ ମହିଳା ଦିବସ ଅବସରରେ ମାର୍ଚ୍ଚ ୧୧ ତାରିଖ ସମୋବାର ଦିନ ମହାରାଷ୍ଟ୍ରର ପୁନେ ଜିଲ୍ଲାର ଶିକ୍ରାପୁର ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶତାଧିକ ସ୍ୱେଚ୍ଛାସେବୀ ଆସି ଏହି କାର୍ଯ୍ୟରେ ଭାଗ ନେଇଥିଲେ ଓ ରକ୍ତଦାନ କରିଥିଲେ । ସ୍ପ୍ରେଡ୍ ହେପିନେସର ମୁଖ୍ୟ ସଞ୍ଚାଳକ ତଥା ଅଧକ୍ଷ ସୌମ୍ୟ ରଞ୍ଜନ ମହାପାତ୍ର , ସ୍ଥାନୀୟ ସରପଞ୍ଚ , ସମାଜସେବୀ ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ରହି ଏହି ରକ୍ତଦାନ ସମାରୋହକୁ ସାଫଲ୍ୟମଣ୍ଡିତ କରିଥିଲେ ଓ ଶିବାଜୀ ମହାରାଜଙ୍କ ମୂଳମନ୍ତ୍ରରେ ଅନୁପ୍ରାଣିତ ହୋଇ ଏକତ୍ରିତଭାବେ ସଂଗଠିତ ହୋଇ ଅନ୍ୟାୟ ବିରୋଧରେ ସଂଗ୍ରାମ କରିବା ଓ ତାଙ୍କର ନୀତି ଆଦର୍ଶକୁ ପାଥେୟ କରି ଏକତାବଦ୍ଧ ହୋଇ ଅଗ୍ରସର ହେବାର ସଂକଳ୍ପ ନେଇଥିଲେ । କାର୍ଯ୍ୟକ୍ରମରେ ସଂଗଠନମୂଖ୍ୟ ସୌମ୍ୟ ରଞ୍ଜନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଲିଭାଇଥିଲେ ଓ ଏହି କାର୍ଯ୍ୟକୁ ସୁଚାରୁ ରୂପେ ସୁବ୍ୟବସ୍ଥିତ ଭାବରେ ପରିଚାଳିତ କରିଥିଲେ । ଇକୋଗ୍ରାମ ସୋସାଇଟିର କାର୍ଯ୍ୟର୍କର୍ତ୍ତାମାନେ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।ପୁନେର ପୁରନ୍ଦର ବ୍ଲଡ ସେଣ୍ଟର ରକ୍ତ ସଂଗ୍ରହରେ ସହଯୋଗ କରିଥିଲା I କାର୍ଯ୍ୟକ୍ରମ ଆରମ୍ଭରେ ଶିବିରରେ ଛତ୍ରପତି ଶିବାଜୀ ମହାରାଜାଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ପରେ ରାଷ୍ଟ୍ରସଂଗୀତ ଗାନ କରି ରକ୍ତ ଦାନ ଆରମ୍ଭ ହୋଇଥିଲା । ରକ୍ତଦାନର ମହତ୍ତ୍ୱ ଓ ଫାଇଦାକୁ ଅବଗତ କରାଇ ସମସ୍ତଙ୍କୁ ଉତ୍ସାହିତ କରାଯାଇଥିଲା । ରକ୍ତ ଦାନ ପରି ମହତ ଦାନ କରୁଥିବା ଦାତାଙ୍କୁ ସ୍ୱାଗତ ଜଣାଇ ସେମାନଙ୍କ ମାନବିକତାକୁ ଧନ୍ୟବାଦ ଜଣାଇ, ଅନ୍ତିମରେ ସମସ୍ତଙ୍କୁ ସସମ୍ମାନର ସହିତ ମାନପତ୍ର ସହିତ ସାନ୍ତ୍ୱନା ମୂଳକ ଉପହାର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ