ମୋହନାକୁ ଏନ୍ଏସି ଘୋଷଣା ଦାବିରେ ୨୪ ଘଣ୍ଟିଆ ବନ୍ଦ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଓଡ଼ିଶା ର ଦ୍ୱିତୀୟ ବୃହତ୍ତମ ବ୍ଲକ। ଦୀର୍ଘ ବହୁ ବର୍ଷ ଧରି ମୋହନା କୁ ଏନ୍ ଏ ସି ମାନ୍ୟତା ଦେବା ନିମନ୍ତେ ଦାବୀ ହେଲେ ମଧ୍ୟ ସରକାର ଓଡ଼ିଶା ର ଅନେକ ଅଞ୍ଚଳ କୁ ଏନ୍ ଏ ସି ଘୋଷଣା କରିଥିଲେ ମଧ୍ୟ ମୋହନା ସେଥିରୁ ବାଦ ପଡ଼ିଛି। କିଛି ଦିନ ପୂର୍ବେ ମୋହନା ଏନ୍ ଏ ସି କ୍ରିୟାନୁଷ୍ଠାନ କମିଟି ଭୁବନେଶ୍ବର ଯାଇ ବିଭାଗୀୟ ମନ୍ତ୍ରୀ ଙ୍କ ସମେତ ଅଧିକାରୀ ମାନଙ୍କୁ ସାକ୍ଷାତ କରି ପୁଣି ଦାବୀ ଉପସ୍ଥାପନ କରିଥିଲେ ମଧ୍ୟ ଦ୍ୱିତୀୟ ଥର ଘୋଷଣାରେ ମୋହନା ସ୍ଥାନ ପାଇନାହିଁ। ତେଣୁ ମୋହନା ଅଞ୍ଚଳ ବାସୀ ଦଳ ମତ ନିର୍ବିଶେଷରେ ଏକତ୍ରିତ ହୋଇ ଆଜି ସକାଳ ଛ ‘ ଘଣ୍ଟା ଠାରୁ ବନ୍ଦ ଆରମ୍ଭ ହୋଇ ଚବିଶି ଘଣ୍ଟା ବନ୍ଦ ଚାଲୁ ରହିବା ସହ ଦରକାର ପଡ଼ିଲେ ବନ୍ଦ ପାଳନ ଘୋଷଣା ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଏହି ସୂଚନା ଦେଇଛନ୍ତି। ଆଜି ମୋହନା ବଜାର ମଧ୍ୟରେ ଅନେକ ମାଲ ବୋଝେଇ ଟ୍ରକ ସହ ଯାତ୍ରୀବାହୀ ବସ ମଧ୍ୟ ଅଟକି ରହିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ମୋହନା କୁ ଏନ୍ ଏ ସି ଘୋଷଣା କରିବା ନିମନ୍ତେ ସର୍ବସାଧାରଣରେ ଦାବୀ ହେଉଛି। ମୋହନା ପୋଲିସ ଘଟଣା ପ୍ରତି ସତର୍କ ଦୃଷ୍ଟି ଦେବା ସହ କଡ଼ା ପହରା ଦେଉଥିବା ଦେଖିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ