୨୦୨୪ ନିର୍ବାଚନ ପାଇଁ ବାଲେଶ୍ୱର ସଦର ବିଜେପିର ସଜବାଜ

ବାଲେଶ୍ୱର, (ସରୋଜ ପଣ୍ଡା):୨୦୨୪ ନିର୍ବାଚନ ପାଇଁ ବାଲେଶ୍ୱର ସଦର ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ସହରର ରବୀନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସାମୁହିକ ବନ୍ଦେ ମାତରମ ଗାନ କରାଯାଇଥିଲା । ଉକ୍ତ ବୈଠକରେ ଆଗାମୀ ଦିନରେ ବୁଥ ସ୍ତରରେ ହେବାକୁ ଥିବା ବିଭିନ୍ନ କରଣୀୟ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବିଶେଷ ଭାବେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ମାନଙ୍କୁ ଭେଟିବା ପାଇଁ ଆଲୋଚନା କରାଯାଇଥିଲା । ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କ ପାଖରେ ସମସ୍ତ ମୌଳିକ ସୁବିଧା ସହ ଅତ୍ୟାବଶ୍ୟକ ସେବା ପହଞ୍ଚାଇବା ଆଜି ମୋଦି ସରକାରଙ୍କ ଗ୍ୟାରେଣ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନରେ ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, ଜନଧନରେ ଟଙ୍କା, ଲକ୍ଷପତି ଦିଦି ଭଳି ଅନେକ ଯୋଜନା ଆମର ଲାଭାର୍ଥୀ ଭାଇ ଭଉଣୀ ମାନଙ୍କୁ ସଶକ୍ତ କରିବା ସହ ଆତ୍ମନିର୍ଭର କରୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବୁଥ ସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଅଧିକ ପରିଶ୍ରମ କରିବା ସହ ମୋଦି ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବାକୁ ହେବ । ଏଥିସହ ମୋଦି ସରକାରରେ କ୍ରିୟାନ୍ୱୟନ ହୋଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ପ୍ରସ୍ତୁତ ପ୍ରଚାରପତ୍ରିକା ମଧ୍ୟ ବିତରଣ କରାଯିବ । ଆଗାମୀ ୨୦୨୪ ନିର୍ବାଚନରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନିର୍ଣ୍ଣାୟକ ଲଢେଇ ପାଇଁ ସଦର ନେତା ମାନସ କୁମାର ଦତ୍ତ ଆହ୍ୱାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ ଓ ଲୋକନାଥ ଭୂୟାଁ, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ତପନ ଗିରି, ବିଜୟ ଦାସ ଓ ଅନୀଲ ପାତ୍ର, ମଣ୍ଡଳ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସର୍ବେଶ୍ୱର ମହାନ୍ତି, ଶ୍ରୀକାନ୍ତ ମହାପାତ୍ର, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ସରପଞ୍ଚ ରବିନାରାୟଣ ପ୍ରଧାନ, ସମିତିସଭ୍ୟ ଅଞ୍ଜନ ପରିଡା ଓ ରଞ୍ଜନ ପାଣି, ବିଜୟ କୁମାର ନାୟକ, ସୁଭେଶ ନାୟକ, ପିତାମ୍ବର ଭୂୟାଁ, ଲକ୍ଷ୍ମୀଧର ମନ୍ତ୍ରୀ, ସୁଶାନ୍ତ ମହାପାତ୍ର, ଅନ୍ତର୍ଯ୍ୟାମୀ ବେହେରା, କାର୍ତ୍ତିକ ପ୍ରଧାନ, ଦିଲ୍ଲୀପ ମହାନ୍ତି, ବୃନ୍ଦାବନ ରାଉତ, ସୃଷ୍ଟିଧର ସେନାପତି, ଅରବିନ୍ଦ ଜେନା, ମୁକୁନ୍ଦ ଆଦିକ, ଭାଗ୍ୟଧର ଦାସ, କାହ୍ନୁ ପ୍ରଧାନ, ବିମଳ ସାହୁ, ମହେଶ୍ୱର ମାନ୍ନା, ଭୁଦେବ ସାହୁ, ବିଜୟ ସାହୁ, ସଦାଶିବ ଜେନା, ଜଗଦାନନ୍ଦ ବେହେରା, ଉମାକାନ୍ତ ପ୍ରଧାନ, ନିରଞ୍ଜନ ଜେନା, ରାଧାକୃଷ୍ଣ ମାଝୀ, ତପନ ଦାସ, ବିଷ୍ଣୁପଦ ପ୍ରଧାନ, ପ୍ରିୟରଞ୍ଜନ ପୃଷ୍ଟି, ମଣ୍ଟୁ ଦାସ, ବିରେନ୍ଦ୍ର କର, ରଶ୍ମିରଞ୍ଜନ ଜେନା, ଜୀବନ ସାମଲ, ପ୍ରହଲ୍ଲାଦ ଦାସ, ଶକ୍ତି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ