ଭାରତୀୟ ସ୍ଥଳସେନା ପକ୍ଷରୁ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଅଗ୍ନିବୀର ଯୋଜନା ସମ୍ପର୍କରେ ସଚେତନତା ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭାରତୀୟ ସ୍ଥଳସେନା ପକ୍ଷରୁ ଅଗ୍ନିବୀର ସ୍କିମ୍ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଏନ୍‌ସିସି ୟୁନିଟ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷକ ଭାବେ ଭାରତୀୟ ସ୍ଥଳସେନାର ମେଜର ଡ. ହିମନ୍ଦ୍ର ସିଂ, ସୁବେଦାର ଏମ୍‌.ଏମ୍‌. ରଏ, ସୁବେଦାର ଗୋପାଳ କାଲେ, ହାବିଲଦାର ଗଙ୍ଗାଧର ସ୍ୱାଇଁ, ଏନ୍‌ସିସି ଅଫିସର ସତ୍ୟରଞ୍ଜନ ମିଶ୍ର ଓ ସହଯୋଗୀ ଏନ୍‌ସିସି ଅଫିସର କ୍ୟାପ୍‌ଟେନ ସୀମା ମହାନ୍ତି ପ୍ରମୁଖ ଯୋଗଦେଇ ଏହି ଯୋଜନାର ଲକ୍ଷ୍ୟ, ଗୁରୁତ୍ୱ ଓ ଆବଶ୍ୟକତା ସମେତ ଅଗ୍ନିବୀର ସୈନିକମାନଙ୍କୁ କି ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଏ ଏବଂ ଏଥିନିମନ୍ତେ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥିତ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହି ଶିବିରରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ