” ନାଗରିକ କମିଟି” ର ପୌରପାଳିକା ମାନ୍ୟତା କୁ ନେଇ ସହରରେ ନଗର ଭ୍ରମଣ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସହରର ଦୀର୍ଘ ଦିନର ଦାବି ସଫଳ ହୋଇଛି। ଯାହାଫଳରେ ଭଞ୍ଜନଗର ଵିଜ୍ଞାପିତ ଅଞ୍ଚଳ ପରିଷଦ ଆଜି ପୌରପାଳିକା ବା ମୁନିସିପାଲଟି ର ମାନ୍ୟତା ପାଇଛି। ସେଥିପାଇଁ ଭଞ୍ଜନଗର ସହରର ଅନେକ ଅଭିଜ୍ଞ ଓ ବୁଦ୍ଧିଜୀବି ସଂଘ ମାନଙ୍କୁ ନେଇ ଗଠିତ “ନାଗରିକ କମିଟି” ତରଫରୁ ଆଜି ମାର୍ଚ୍ଚ ୧୫ ତାରିଖ ଶୁକ୍ରବାର ୨୦୨୪ ରାତ୍ର ୭ ଘଣ୍ଟା ସମୟରେ ଅନୁଷ୍ଠିତ ଏକ ରାଲିରେ ଭଞ୍ଜନଗର ସହର ବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି।ଭଞ୍ଜନଗର ଏନ୍.ଏ.ସି ୧୯୫୭ ମସିହାର ବହୁ ପୁରାତନ ଏନ୍,ଏ,ସି। ସେଥିପାଇଁ ଜନସଂଖ୍ୟା, ପରିସିମା ଓ ଏହାର ଉନ୍ନତି ପାଇଁ ପୌରପାଳିକା ର ଅନେକ ଆବଶ୍ୟକତା ଥିଲା। ଏବଂ ସେହି ଆବଶ୍ୟକତା ବହୁ ଦାବି ଆନ୍ଦୋଳନ ଓ ଧାରଣା ପରେ ସଫଳ ହୋଇଛି। ଭଞ୍ଜନଗର “ନାଗରିକ କମିଟି” ସହରର ବିଭିନ୍ନ ସଂଘ କୁ ନେଇ ଭଞ୍ଜନଗର ଓକିଲ ସଂଘ ସଭାପତି ଶ୍ରୀ ଅଭିମନ୍ୟୁ ଗୌଡ଼ ଙ୍କ ଅଵାହକତ୍ବରେ ଗଠିତ ହୋଇ ବିଗତ ଦିନରେ ଭଞ୍ଜନଗର କୁ ମ୍ୟୁନିସିପାଲିଟି ମାନ୍ୟତା ପାଇଁ ଅନେକ ଧାରଣା ଓ ଆନ୍ଦୋଳନ କରିଛି। ଉକ୍ତ ସଂଗଠନ କୁ ଭଞ୍ଜନଗର ସହରବାସୀ ଙ୍କ ଅନେକ ସାହାଯ୍ୟ ଓ ସହଯୋଗ ରହିଅଛି। ଭଞ୍ଜନଗର ଏନ୍. ଏ. ସି କୁ ମ୍ୟୁନିସିପାଲିଟି କରିବା ପାଇଁ ଯେଉଁ ଆନ୍ଦୋଳନ ଓ ଦୀର୍ଘ ଦିନର ଧାରଣା ଚାଲିଥିଲା, ସେଥିରେ ସଂପୂର୍ଣ୍ଣ ଭାବରେ ଭଞ୍ଜନଗର ବାସୀଙ୍କ ସହଯୋଗ ଫଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପାଳିକା ରୁପେ ଘୋଷିତ ହେଲା।ସେଥିପାଇଁ ଭଞ୍ଜନଗର ସହରବାସୀ ଙ୍କୁ ଏକ ରାଲି ମାଧ୍ୟମରେ “ନାଗରିକ କମିଟି” ତରଫରୁ ଶୁଭେଚ୍ଛାବାର୍ତ୍ତା ଓ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା। ଉକ୍ତ ରାଲି ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି କୋର୍ଟ ରେ ଥିବା ମହାପୁରୁଷ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି, ଵସଷ୍ଟାଣ୍ଡ୍, ମେଇନ୍ ରୋଡ଼, ଖାଲାସିସାହି, ୟୁବି ହାଇସ୍କୁଲ ଛକ ଦେଇ ସେଶ ହୋଇଥିଲା। ଏଥିରେ ବରିଷ୍ଠ ଆଇନଜୀବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର, ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, ଶ୍ରୀ ସନ୍ତୋଷ ତିଆଡି, ଶ୍ରୀ ରବିନ୍ଦ୍ରନାଥ ଦାସ, ଶ୍ରୀ ଭଞ୍ଜ କିଶୋର ପ୍ରଧାନ, ଶ୍ରୀ ଅଭିମନ୍ୟୁ ଗୌଡ଼, ଶ୍ରୀ ଶୈଳନ୍ଦ୍ର ସାହୁ, ଶ୍ରୀ ମନୋଜ କୁମାର ପଟ୍ଟନାୟକ, ଯୁବ କଂଗ୍ରେସ୍ ସଦସ୍ୟ ଶ୍ରୀ ଗିରିଜା ଶଙ୍କର ଭୁୟାଁ, ଜଗନ୍ନାଥ ପ୍ରସାଦ କଂଗ୍ରେସ ବ୍ଳକ୍ ସଭାପତି ଶ୍ରୀ ବିଦ୍ୟାଧର ପ୍ରଧାନ, ଶ୍ରୀ ନୃସିଂହ ଚରଣ ସାହୁ ସମେତ ଏକ୍ସ କାଉନସିଲର ଡ଼ି.ଚେଲପତି ରାଓ, ଏମ୍.ଡି ନୈ।ସାଦ୍ ଅଲ୍ଲୀ, । ଏଥି ସହିତ ନାଗରିକ କମିଟି ସଦସ୍ୟ ଶ୍ରୀ ପୁରୁଷୋତ୍ତମ ମହାପାତ୍ର, ଶ୍ରୀ ରଞ୍ଜିତ କୁମାର ଜେନା, ଉଦୟନାଥ ପଣ୍ଡା, ଶ୍ରୀ ବିଦେଶୀ ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଗଣ ଯୋଗଦାନ କରିଥିଲେ। ତତ୍ ସଂଗେ ସଂଗେ ଭଞ୍ଜନଗର ସହରର ମାନ୍ୟଗଣ୍ୟ ଆଇନଯିବି, ବିଭିନ୍ନ ସାମାଜିକ କର୍ମୀ ଓ ଭଞ୍ଜନଗର ସହରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ର ସଭ୍ୟମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିଲେ। ପରିଶେଷରେ ଆଜିର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଭଞ୍ଜନଗର “ନାଗରିକ କମିଟି” ର ବିଶିଷ୍ଟ ସଦସ୍ୟ, ବିଶିଷ୍ଟ ସମାଜସେବୀ ତଥା ବିଶ୍ଵହିନ୍ଦୁ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମୁରଲିଧର ପଣ୍ଡା। କମିଟି ସଦସ୍ୟ ମାନଙ୍କ କହିବା କଥା, ବାସ୍ତବରେ ଭଞ୍ଜନଗର ସହରବାସୀ ଙ୍କ ସହଯୋଗ ପୌରପାଳିକା ମାନ୍ୟତା କୁ ସଫଳ କରିଛି। ଏପରି ସହଯୋଗ ଆଗକୁ ଅନେକ ଆନ୍ଦୋଳନ ରେ ଵି ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ