ମାନବିକତା ଦେଖାଇଲେ କାଶୀନଗର ପୋଲିସ ଅଧିକାରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କାଶୀନଗର ମାର୍କେଟ ଠାରେ ଏକ ମହିଳା ହଠାତ୍ ଛାତିରେ ଯନ୍ତ୍ରଣା ହୋଇ ପଡ଼ିଯାଇଥିବା ବେଳେ ସେଦେଇ ପେଟ୍ରଲିଂରେ ଯାଉଥିବା କାଶୀନଗର ପୋଲିସ ମହିଳା ଜଣକୁ କାଶୀନଗର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ କାଶୀନଗର ଥାନା ଏଏସଆଇ ମନୋଜ କୁମାର ପାଢ଼ୀ, ଏଲ୍ ବି ପ୍ରସାଦ ଥାନା ଗାଡ଼ିରେ ପେଟ୍ରଲିଂ ଯାଉଥିବା ବେଳେ ମାର୍କେଟ ଛକ ଠାରେ ଅଜ୍ଞାନ ହରାଇ ପଡ଼ିଥିବା ମହିଳାଙ୍କୁ ଦେଖି ମାନବିକତା ସହ ମହିଳାଙ୍କୁ ପୋଲିସ ଗାଡ଼ିରେ ଉଠାଇ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମହିଳା ଜଣକ ଗୁଣୁପୁର ଥାନା ଅନ୍ତର୍ଗତ ବାୟାଗୁଡ଼ା ଗ୍ରାମର ଶଶି ଶବର ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ଲୋକଙ୍କୁ ସୂଚନା ଦେଇଛନ୍ତି କାଶୀନଗର ପୋଲିସ। ବର୍ତ୍ତମାନ୍ ମହିଳାଙ୍କ ସ୍ଥିତି ଅନୁଧ୍ୟାନ କରି ଠିକ୍ ଥିବା କହିଛନ୍ତି ଡାକ୍ତର। ପୂର୍ବରୁ ଦୁର୍ଘଟଣା ଗସ୍ତ ବାଇକ ଆରୋହିକୁ ଏଏସଆଇ ପାଢ଼ୀ ମାନବିକତା ଦେଖାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥଲେ ପୁଣି ମାନବିକତା ସହ କାମ କରିଥିବା କାଶୀନଗର ପୋଲିସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ