କଙ୍କୋରଡl ବିଜ୍ଞାନ ମହାବିଦ୍ୟାଳୟ କୁ ନାକର “ବି” ମାନ୍ୟତା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କଙ୍କୋରଡl ମହାବିଦ୍ୟାଳୟ କୁ ଗତ ଶୁକ୍ରବାର ଦିନ ନେସନାଲ ଏସେସମେଣ୍ଟ ଏଣ୍ଡ ଏକ୍ରେଡିଟେଶନ କାଉନସିଲ୍ ନାକ୍ ଦ୍ଵାରା” ବି” ଗ୍ରେଡ ର ମାନ୍ୟତା ମିଳିଛି l ନାକ ଅଫିସର୍ ଦ୍ଵାରା ସଂଯୋଜିତ ଏକ ପରିଦର୍ଶକ ଟିମ୍ ମାର୍ଚ୍ଚ ୫ ଏବଂ ୬ ତାରିଖ ରେ କଲେଜ ପରିଦର୍ଶନ କରିଥିଲେ l ସେମାନେ ଏସଏସଆର ର ୭ ଟି ନିର୍ଣ୍ଣାୟକ ନୀତି ର ଉଚିତ୍ ମୂଲ୍ୟାଙ୍କନ କରିବା ସହିତ କଲେଜର କର୍ମଚାରୀ ମାନଙ୍କ ସହିତ କଲେଜ ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କଣ ପଦକ୍ଷେପ ନେବା ଉଚିତ୍ ତାହା ସମ୍ପର୍କ ରେ ପୁଙ୍ଖlନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ଉକ୍ତ ସଫଳତା ରେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ଼ଃ. ସିଦ୍ଧାର୍ଥ ପାଢ଼ୀ ଏବଂ କଲେଜ ଅଧ୍ୟକ୍ଷ ଡ଼ଃ. ପ୍ରକାଶ ଚନ୍ଦ୍ର ଜେନା ନାକ ସଂଯୋଜକ ଡ଼ଃ. ସନ୍ତୋଷ କୁମାର ପାଢ଼ୀ ,ସମସ୍ତ ଆଇକ୍ୟୁଏସି ସଦସ୍ୟ ଏବଂ କଲେଜର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ସଫଳତାର ଶ୍ରେୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ଼ଃ. ପ୍ରକାଶ ଚନ୍ଦ୍ର ଜେନା ଏହି ଉଚ୍ଚ ସଫଳତା ପଛରେ ଲୁଚି ରହିଥିବା କର୍ମଚାରୀ ମlନଙ୍କ ନିଷ୍ଠା ଏବଂ କର୍ତ୍ତବ୍ୟ ପାରାୟଣତl କୁ ଭୂରି ପ୍ରଶଂସା କରିଥିଲେ l ଏହି ଅବସରରେ ନାଚ, ଗୀତ ସହିତ ଛାତ୍ର ଛାତ୍ରୀ ଏବଂ ସମସ୍ତ କର୍ମଚାରୀ ମଧ୍ୟରେ ଖୁସି ହେବା ସହ ମିଠା ବଣ୍ଟନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ