ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଟିମ୍ ଗଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଗଜପତି ଜିଲ୍ଲାରେ ୪ ଲକ୍ଷ ୫୯ ହଜାର ୨୨୮ ଭୋଟର ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୪ ହଜାର ୪୦୫ ପୁରୁଷ ଓ ୨ ଲକ୍ଷ ୩୪ ହଜାର ୭୯୯ ଜଣ ମହିଳା ଭୋଟର ରହିଛନ୍ତି ଓ ତୃତୀୟ ଲିଙ୍ଗ-୨୪ ଜଣ ରହିଛନ୍ତି। ଏହାସହିତ ୨୫୪୦ ଜଣ ବରିଷ୍ଠ ନାଗରିକ,୧୦୩୭୬ ଭିନ୍ନକ୍ଷମ ଭୋଟର ରହିଛନ୍ତି । ଜିଲ୍ଲାରେ ନିର୍ବାଚନ ଆଚରଣବିଧି ଲାଗୁ ହେବା ସହିତ ଏହାକୁ ତଦାରଖ କରିବା ପାଇଁ ବିଭିନ୍ନ ଟିମ୍ ଗଠନ କରାଯାଇଛି। ନିର୍ବାଚନକୁ ସଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ନିର୍ବାଚନ ନିମନ୍ତେ ଜିଲ୍ଲାରେ ୫୭୩ ଟି ମତଦାନ କେନ୍ଦ୍ର କରାଯାଇଛି ବିଶେଷ କରି ମୋହନା ନିର୍ବାଚନ ମଣ୍ଡଳୀରେ ୨୯୭ ବୁଥ ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୭୬ ବୁଥ ରହିଛି , ଏହା ସହିତ ବୟସ୍କ ଭୋଟର ଓ ଭିନ୍ନକ୍ଷମ ଭୋଟରମାନେ କିପରି ସୁବିଧାରେ ନିଜର ମତଦାନbକରିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର,ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ ଓ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଳାପରିଷଦ ଗଜପତି ଡ଼.ଗୁଣାନିଧି ନାୟକ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଡେପୁଟୀ କଲେକ୍ଟର ଶ୍ରୀ କମଳକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ