ପାରଳା ବାଳିକା ହାଇସ୍କୁଲରେ ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ, ୨୪୯ ଜଣ ଶିକ୍ଷକ ନିୟୋଜିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ମୋଟ ୨୪୯ଜଣ ଶିକ୍ଷକ କର୍ମଚାରୀ ଣୀୟଜିତ ହେଇଥିବା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହି ମୂଲ୍ୟାୟନ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲୁ ରହିଛି। ଏହା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କରାଯାଉଛି। ଏଥିରେ ୯ଗୋଟି ବିଷୟ ଯଥା ଓଡ଼ିଆ, ଇଂରାଜୀ, ସଂସ୍କୃତ, ହିନ୍ଦୀ, ଗଣିତ, ବିଜ୍ଞାନ ୧, ବିଜ୍ଞାନ ୨, ଇତିହାସ, ଭୂଗୋଳ ପାଇଁ ୯ଗୋଟି ୟୁନିଟ ଗଠନ କରାଯାଇଛି। ଓଡ଼ିଆ, ଇଂରାଜୀ, ସଂସ୍କୃତ, ହିନ୍ଦୀ, ଗଣିତ ବିଷୟ ପାଇଁ ଜଣେ ମୁଖ୍ୟ, ୨ଜଣଉପମୁଖ୍ୟ, ୨୦ଜଣ ମୂଲ୍ୟାୟନ ପାଇଁ ଏବଂ ୨ଜଣ ଚୁଡାନ୍ତ ସ୍କୁଟିନି ପାଇଁ ନିୟୋଜିତ ହେଇଛନ୍ତି। ପ୍ରଥମ ୫ଗୋଟି ବିଷୟ ପାଇଁ ଗଠିତପ୍ରତି ୟୁନିଟ ପାଇଁ ଏପରି ନିୟୋଜିତ କରାଯାଇଛି। ସେହିପରି ବିଜ୍ଞାନ ୧, ବିଜ୍ଞାନ ୨, ଭୂଗୋଳ,ଇତିହାସ ବିଷୟ ପାଇଁ ୪ଟି ୟୁନିଟ ଗଠନ କରାଯାଇଛି। ପ୍ରତି ୟୁନିଟ ପାଇଁ ଜଣେ ମୁଖ୍ୟ, ୨ଜଣଉପମୁଖ୍ୟ, ୨୪ଜଣ କରି ମୂଲ୍ୟାୟନ ପାଈଁ ଏବଂ ପ୍ରତି ୟୁନିଟର ଚୁଡାନ୍ତ ସ୍କୁଟିନୀ ପାଇଁ ୪ଜଣ କରି ନିୟୋଜିତ କରାଯାଇଛି। ଏହିପରି ଭାବେ ୯ଗୋଟି ବିଷୟ ପାଇଁ ୯ଟି ୟୁନିଟ ଗଠନ କରି ବର୍ତ୍ତମାନ ସୁଦ୍ଧା ଶୃଙ୍ଖଳାର ସହ ମୂଲ୍ୟାୟନ ଚାଲୁ ରହିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ