ଶିକ୍ଷାବିକାଶ ସମିତି ଓଡିଶାଙ୍କ ଉଚ୍ଚସ୍ତରୀୟ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଜି ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଛତ୍ରପୁର କୁ ପ୍ରାନ୍ତୀୟ ସମିତି ଶିକ୍ଷାବିକାଶ ସମିତି ଓଡିଶାଙ୍କ ସଂଗଠନ ସଂପାଦକ ଶ୍ରୀଯୁକ୍ତ କମଳାକାନ୍ତ ମିଶ୍ର ଓ ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମହାନ୍ତି ଏବଂ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ଯ ନାରାୟଣ ପଟ୍ଟନାୟକଙ୍କ ସୌଜନ୍ୟମୂଳକ ପରିଦର୍ଶନ ହୋଇଥିଲା। ତତ୍ ସଂଙ୍ଗେ ସଙ୍ଗେ ଆମ ପରିଚାଳନା କମିଟିର ସଂପାଦକ ଶ୍ରୀଯୁକ୍ତ ପଦ୍ମଚରଣ ସାହୁ,ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ମହାନ୍ତି ,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଏ ରାବଣା ରାଓଙ୍କ ସହିତ ବିଦ୍ୟାଳୟର ଉନ୍ନତିକରଣ ଓ ଶୈକ୍ଷିକ ବିକାଶ ସମ୍ବନ୍ଧିତ ଆଲୋଚନା ହୋଇଥିଲା। ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦାଶ ବୈଠକ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ