ଗଛରୁ ପଡ଼ି ଯୁବକ ମୃତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନଡ଼ିଆ ତୋଳିବା ହୋଇଛି କାଳ । ଘର ନିକଟସ୍ଥ ନଡ଼ିଆ ଗଛରୁ ନଡ଼ିଆ ତୋଳିବା ବେଳେ ଗଛରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ତୁମୁଡ଼ିବନ୍ଧ ଥାନା ମାଲିପଡ଼ା ଅଞ୍ଚଳର ବାଦଲ ପରାସେଠ୍ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଦଲ ପରାସେଠ୍ ବେଲଘର ସ୍ଥିତ ବିଏସ୍ଏନ୍ଏଲ୍ ଟାଓ୍ବାରରେ କାମ କରୁଥିଲେ । ସେ ରହୁଥିବା ଘର ନିକଟସ୍ଥ ଏକ ନିଡ଼ିଆ ଗଛରୁ ନଡ଼ିଆ ତୋଳିବା ପାଇଁ ଗଛରେ ଚଢିଥିଲେ । ହେଲେ ଅସାବଧାନତା କାରଣରୁ ଗଛରୁ ତଳକୁ ଖସି ପଡ଼ିବାରୁ ଗୁରୁତର ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ବାଦଲଙ୍କୁ ପରିବାର ଲୋକେ ପ୍ରଥମେ ବେଲଘର ଡାକ୍ତରଖାନାକୁ ନେଇଥିଲେ ସେଠାରୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଶେଷରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ହେଲେ ବାଲିଗୁଡ଼ାରେ ଡାକ୍ତର ବାଦଲଙ୍କୁ ମୃତ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ