ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ବୁଗୁଡା ପୋଲିସ ଥାନା ଅନ୍ତର୍ଗତ କୁଆନଳା ଗ୍ରାମ ନିକଟରେ ମାର୍ଚ୍ଚ ୧୭ ତାରିଖ ଦିନ ଏକ ବାଇକ ଓ ଏକ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଦ୍ୱାରା ୫ ଜଣ ଆହତ ହୋଇଛନ୍ତି। ଗୋଲିଆ ଗ୍ରାମର ଦୁଇ ଜଣ ଯୁବତୀ ସ୍କୁଟି ଦ୍ୱାରା ନିଜ ଗ୍ରାମରୁ ବୁଗୁଡା ସହରକୁ କୌଣସି କାର୍ଯ୍ୟରେ ଆସୁଥିଲେ। ସେହିପରି ତିନି ଜଣ ଯୁବକ ଏକ ବାଇକରେ ବୁଗୁଡ଼ାରୁ ଗୋଲିଆ ଦିଗରେ ଯାଉଥିଲେ। କୁଆନଳା ଗ୍ରାମ ନିକଟରେ ସ୍କୁଟି ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ସ୍କୁଟି ରେ ବସିଥିବା ଦୁଇ ଯୁବତୀ ଓ ବାଇକରେ ବସିଥିବା ୩ ଯୁବକ ଆହାତ ହୋଇ ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲେ। ସ୍ଥାନୀୟ ଲୋକମାନେ ଆହତ ୫ ଜଣଙ୍କୁ ଉଦ୍ଧାର କରି ବୁଗୁଡା ପୋଲିସକୁ ଖବର ଦେଇଥିଲେ। ବୁଗୁଡା ପୋଲିସ ଥାନା ସବଇନ୍ସପେକ୍ଟର ପୋଲିସ ବାହୀନ ସହ ଘଟଣା ସ୍ଥଳରେ ପହଞ୍ଚି ପାଞ୍ଚଜଣ ଆହାତ ଙ୍କୁ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ପୋଲିସ୍ ସ୍କୁଟି ଓ ବାଇକ୍ କୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡିଛି। ଆହତ ଯୁବତୀ ଦୁଇ ଜଣ ଗୋଲିଆ ଗ୍ରାମର ହୋଇଥିବା ବେଳେ ବାଇକରେ ବସିଥିବା ଆହତମାନେ ହେଲେ ପଟାଧର, ଢୁଙ୍କାପଡା ଓ ମତାଝରି ଗ୍ରାମର ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ