ବାଲିପଦର ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୩ ତମ ବାର୍ଷିକ ଉତ୍ସବ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବାଲିପଦର ମାତୃଗିରୀରେ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ସଭାପତି ନାରାୟଣ ସାମନ୍ତରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବାଲିପଦର ପଞ୍ଚାୟତ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡକ୍ଟର ବି .ପ୍ରକାଶ ଚନ୍ଦ୍ର ପାତ୍ର, ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ, ସମୀର କୁମାର ବେହରା, ଏ.ସର୍ଭିସ୍ ଅଚାରୀ, ପ୍ରଜ୍ଞାଶ୍ରୀ ଅଚାରୀ, ଜି.ସଞ୍ଜିବ କୁମାର ପାତ୍ର, ରାଜେନ୍ଦ୍ର ମହାରଣା, କେ.ସମ୍ବିତ୍ ପାତ୍ର, ଇ.ବାଳକୃଷ୍ଣ ଦୋରା ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତା ଓ ଶିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଧ୍ଯକ୍ଷା ନୟନୀ ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ସମସ୍ତ ଅଭିଭାବକ ଓ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଭଞ୍ଜନଗରର ଶ୍ରୀଅରବିନ୍ଦ ପାଠଶାଳାର ଅପା ଓ ଭାଇ ଏହି ଉତ୍ସବରେ ଯୋଗଦେଇ ଥିବାବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ