ଉଦ୍ଘାଟନ ପରେ କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ତାତି ଯେତିକି ବଢୁଛି ଜଳକଷ୍ଟ ସେତିକି ବଢୁଛି। ପାଣି ଟାଙ୍କି ଥାଇବି ପାଣି ଆସୁନି। ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ବାଧ୍ୟ ହୋଇ ଗାଁ ପୋଖରୀର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ବେଲଗୁଣ୍ଠା ବ୍ଲକ ତନରଡ଼ା ପଞ୍ଚାୟତ ର ବାନାତୁମ୍ବ ଗ୍ରାମ ମୁହଁରେ ଛିଡା ହୋଇଛି ବିରାଟ ପାଣି ଟାଙ୍କି,ପ୍ରତି ଘରକୁ ସଂଯୋଗ ହୋଇଛି ପାଣି ପାଇପ।ହେଲେ ପାଇପ ରେ ପାଣି ଅlସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମର ମହିଳା ମାନେ ପ୍ରତିଦିନ ମାଠିଆଧରୀ ଗାଁ ପୋଖରୀରୁ ପିଇବା ପାଣି ସଂଗ୍ରହ କରୁଛନ୍ତି । ସରକାରଙ୍କ ବସୁଧା ଯୋଜନାରେ ଗାଁ ରେ ନିର୍ମାଣ ହୋଇଛି ଜଳ ଯୋଗାଣ ପ୍ରକଳ୍ପ । ଗତ ୬ ମାସ ହେଲା ପ୍ରକଳ୍ପ କାର୍ଯ୍ୟ ସରିଲାଣି। ଗାଁକୁ କିଛିଦିନ ଧରି ଟ୍ରାଇଲ ଭାବେ ପାଣି ଆସିଲା କିନ୍ତୁ ଏବେ ଆଉ ଟ୍ୟାପ ରେ ପାଣି ଆସୁନି । ଏକକୋଟି ଏକାଅସି ଲକ୍ଷଟଙ୍କାରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ଗତ ପ୍ରାୟ 20 ଦିନ ପୂର୍ବେ ଉଦ୍ଘାଟନ ପରେ କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ । ଟାଙ୍କି କାମନିମ୍ନ ମାନର ହୋଇଥିବା ଅଭିଜିଗ ହୋଇଥିଲେବି ଏହାକୁ ତଦନ୍ତ ପରିସରକୁ ନିଆଗଲାନି । ଏହି ଗାଁ ରେ ବାସକରୁଥିବା ଦୁଇଶହରୁ ଅଧିକ ପରିବାର ଙ୍କୁ ଏବେ ଘାରିଛି ଜଳ ଚିନ୍ତା । ଆଗକୁ ଗ୍ରୀଷ୍ମ ମାସରେ ଅସହ୍ୟ ତାତି ସମୟରେ ପାଣି ଟିକିଏ ମିଳିବନାହିଁ । ଗାଁ ରେ ଥିବା କୂଅ ଓ ନଳକୁଅ ର ଜଳ ପାନୀୟ ଉପଯୋଗୀ ହୋଇନଥିବାରୁ ଏଥିରେ ରୋଷେଇ କଲେ ଭଲସେ ହେଉନଥିବା ଜଣାପଡିଛି । ଆଉ ସୋଲାର ରେ ଯେଉଁ ଜଳ ବ୍ୟବସ୍ଥା ହୋଇଛି ତାହା ଆବଶ୍ୟକତା ପୁରଣ କରିପାରୁନାହିଁ । ବାଧ୍ୟ ହୋଇ ଲୋକମାନେ ଗାଁ ପୋଖରୀର ଜଳକୁ ଛାଣି ବ୍ୟବହାର କରୁଛନ୍ତି । ଏହି ପାଣି ପିଇ ଅନେକ ସମୟରେ ରୋଗର ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ଜଳ ଯୋଗାଣ ସମସ୍ୟାର ଶୀଘ୍ର ସମାଧାନ ନକଲେ ଆସୁଥିବା ନିର୍ବାଚନରେ ଗ୍ରାମବାସୀଙ୍କ ପକ୍ଷରୁ ଏହାର ସଠିକ ଜବାବ ଦିଆଯିବ ବୋଲି କହିଛନ୍ତି ଗ୍ରାମର ମହିଳା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ