ଆଦଶ୍ର ଶିକ୍ଷକଙ୍କ ନିଆରା ପ୍ରୟାସ, ଚାଟଶାଳି କାର୍ଯକ୍ରମ ମାଧ୍ୟମରେ ପାଠପଢା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜଣେ ଆଦଶ୍ର ଶିକ୍ଷକ ନିଆରା ଢଙ୍ଗରେ ପାଠ ପଢ଼ା କାର୍ଯ୍ୟକ୍ରମ ହାତକୁ ନେଇଥିବା ଲକ୍ଷ୍ୟ କରାଯାଇଛି. ଶିକ୍ଷା ହେଉଛି ମୌଳିକ ଆବଶ୍ୟକତା। ସମସ୍ତ ଶିଶୁଙ୍କ ପାଇଁ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଆହରଣ କରିବା ହେଉଛି ଜାତୀୟ ଶିକ୍ଷା ନୀତି ୨୦୨୦ର ମୂଳଲକ୍ଷ୍ୟ। ଗୁଣାତ୍ମକ ଶିକ୍ଷା ପାଈଁ ସାର୍ବଜନୀନ ସୁଯୋଗ ସୃଷ୍ଟି କରିବା ପାଈଁ ଭାରତ କ୍ରମାଗତ ଜାରିରଖିଛି ଏବଂ ଆର୍ଥିକ ବିକାଶ,ସାମାଜିକ ନ୍ୟାୟ ଓ ସମାନତା, ବୈଜ୍ଞାନିକ ପ୍ରଗତି, ଜାତୀୟ ସଂହତି ଓ ସାଂସ୍କୃତିକ ସଂରକ୍ଷଣ ସନ୍ଦର୍ଭରେ ବିଶ୍ଵସ୍ତରରେ ନେତୃତ୍ୱ ନେଉଅଛି। ପ୍ରାଚୀନ ଭାରତରେ ଶିକ୍ଷାର ଉଦ୍ଦେଶ୍ୟ କେବଳ ପୃଥିବୀରେ ଜୀବନଧାରଣ ପ୍ରସ୍ତୁତି ପାଈଁ କିମ୍ଵା ବିଦ୍ୟାଳୟ ଶିକ୍ଷା ବାହାର ଜୀବନ ପାଈଁ ଜ୍ଞାନ ଆହରଣ ନୁହେଁ ବରଂ ନିଜର ପୂର୍ଣ୍ଣତା ପ୍ରାପ୍ତି ଓ ମୁକ୍ତି ପାଇଁ ଥିଲା। ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା କାର୍ଯ୍ୟକ୍ରମ ନମନୀୟ, ବହୁମୁଖି,ବହୁସ୍ତରୀୟ,କ୍ରୀଡାଭିତ୍ତିକ, ଶିକ୍ଷଣ କାର୍ଯ୍ଯ ଆଧାରିତ ଏବଂ ଅନୁସନ୍ଧାନ ଭିତ୍ତିକ ଶିକ୍ଷଣ, ବର୍ଣ୍ଣମାଳା, ଭାଷା, ସଂଖ୍ୟା, ଗଣନା, ରଙ୍ଗ, ଆକୃତି, ଘର ଭିତରେ ଓ ବାହାରେ ହେଉଥିବା ଖେଳ ଏବଂ ଯୁକ୍ତିଯୁକ୍ତ ଚିନ୍ତନ ସମସ୍ୟା ସମାଧାନ, ଚିତ୍ରାଙ୍କନ ସହିତ ରଙ୍ଗ କରିବା ଏବଂ ଅନ୍ୟାନ୍ୟ ଦୃଶ୍ୟକଳା , ଶିଳ୍ପ, ଅଭିନୟ, କଣ୍ଢେଇ ନାଚ, ସଙ୍ଗୀତ ଓ ଚଳପ୍ରଚଳକୁ ନେଇ ଗଠିତ। ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ କେତେକ ପରିବାରରେ ଦାରିଦ୍ର୍ୟତା ଓ ଅନ୍ୟାନ୍ୟ କାରଣରୁ ନିଜର ପିଲାମାନଙ୍କୁ ଠିକ୍ ସମୟରେ ଶିକ୍ଷା ଦେବା କିମ୍ଵା ଅଧାରୁ ପାଠ ଛାଡ଼ିବା ଭଳି ଅନେକ ଘଟଣାମାନ ପରିଲକ୍ଷିତ ହେଉଅଛି। ଏଥିପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ପାଠଶାଳା କାର୍ଯକ୍ରମ ଆପଣାଇଛନ୍ତି ଶିକ୍ଷକ ତଥା ସମାଜସେବୀ ନିରଞ୍ଜନ ବିଶ୍ୱାଳ। ସେ ବିଦ୍ୟାଳୟର ଛୁଟିଦିନମାନଙ୍କରେ କିମ୍ବା କର୍ଯ୍ୟଦିବସର ସନ୍ଧ୍ୟାରେ ବିଭିନ୍ନ ଗ୍ରାମକୁ ଯାଇ ଅଭାବ କିମ୍ଵା ଶିକ୍ଷା ଠାରୁ ଦୂରରେ ଥିବା ପରିବାରର ପିଲାମାନଙ୍କୁ ଡକାଇ ମାଗଣା ଶିକ୍ଷାଦାନ କରିଥାନ୍ତି। ପିଲାମାନଙ୍କୁ ମୌଳିକ ଶିକ୍ଷା ଦେବା ସହିତ ସେମାନଙ୍କୁ ଖାତା, ବହି, ପେନ୍, ପେନସିଲ୍, ରବର ଇତ୍ୟାଦି ଅନେକ ପାଠ୍ୟ ସାମଗ୍ରୀମାନ ପ୍ରଦାନ କରିଥାନ୍ତି। ଯେଉଁ ଅଭିଭାବକମାନେ ଶିକ୍ଷା ବିଷୟରେ ଅଜ୍ଞ, ସେମାନଙ୍କୁ ପ୍ରକୃତ ଶିକ୍ଷାର ମହତ୍ତ୍ଵ ଓ ଆବଶ୍ୟକତା ବୁଝାଇଥାନ୍ତି। ଶିକ୍ଷକ ନିରଞ୍ଜନ ପୂର୍ବରୁ ବହୁ ସମାଜ ସଂସ୍କାରମୂଳକ କାର୍ଯକ୍ରମ କରି ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ, ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ,ସେବା ଫାଉଣ୍ଡେସନ, ସହଯୋଗ ଫାଉଣ୍ଡେସନ ଆଦି ବିଭିନ୍ନ ଅନୁଷ୍ଠାନ ଦ୍ଵାରା ପୁରସ୍କୃତ ହୋଇଛନ୍ତି । ସେ ଚଳିତ ବର୍ଷ ଶିକ୍ଷାକ୍ଷେତ୍ରରେ ଦକ୍ଷତା ଓ ଅନ୍ୟାନ୍ୟ ସହଶୈଖିକ କାର୍ଯ୍ଯ ପାଇଁ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ