ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବୁଦ୍ଧିରାମ ଖିଲାର(୬୫)ଙ୍କର ପରଲୋକ ଘଟିଛି । ଗତ କିଛି ମାସ ସେ କିଡ୍‌ନି ଜନିତ ରୋଗରେ ପିଡିତ ଥାଇ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ଚିକିତ୍ସା ପାଇଁ ଭଦ୍ରକ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ପତ୍ନୀ, ୩ ପୁଅ ସୁଶାନ୍ତ, ସନ୍ତୋଷ, ପ୍ରଶାନ୍ତ, ପୁତ୍ରବଧୁ, ଝିଅ ପ୍ରତିମା, ଜ୍ୱାଇଁ, ପୁତୁରା ରତିକାନ୍ତ, ମୁକ୍ତିକାନ୍ତ, ପୁତୁରା ବୋହୁ, ନାତି, ନାତୁଣୀ, ଶାଳକଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଅନ୍ତିମ ସତ୍କାର କରାଯାଇଥିଲା । ବଡପୁଅ ସୁଶାନ୍ତ ମୁଖାଗ୍ନି ଦେଇଥିଲେ । ସେ ମାଲକାନଗିରିର ଏମ.ଭି ୬୪ରେ ଦୀର୍ଘ ବର୍ଷ ହେବ ଶିକ୍ଷକତା ଜୀବନ ବିତାଇ ଅବସର ନେଇଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ, ପରୋପକାରୀ ଶିକ୍ଷକ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ