ଆଚରଣ ବିଧି ଉଲ୍ଲଘଂନ ନେଇ ସଦର ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଉଲ୍ଲେଖେଯାଗ୍ୟ ଯେ ଗତ ୧୭ ମାର୍ଚ୍ଚ ଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପର ଠାରୁ ନୂତନ କାର୍ଯ୍ୟାଦେଶ ଓ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତରରେ ଫଳକ ଲଗାଇବା ସଂପୂର୍ଣ୍ଣ ନିଷେଧ ହୋଇଥିବା ବେଳେ ଶାସକ ବିଜୁ ଜନତା ଦଳ ଦ୍ୱାରା ପ୍ରଭାବିତ ହୋଇ ବ୍ଲକର ଦାୟିତ୍ୱରେ ଥିବା ବହୁ ଅଧିକାରୀ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାଦେଶ ପିଛିଲା ତାରିଖରେ ଇସ୍ୟୁ କରି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଫଳକ ଲଗାଇବା ପାଇଁ ବ୍ୟସ୍ତ ଅଛନ୍ତି । ଏହା ସଂପୂର୍ଣ୍ଣ ରୂପେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଅଛି । ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ରାଜନୈତିକ ଉତ୍ତେଜନା ସୃଷ୍ଟି କରୁଛି ଯାହାକି ପରବର୍ତ୍ତୀ ସମୟରେ ହିଂସା ସହ ଗଣ୍ଡଗୋଳ ରୂପ ନେବାରେ ସମ୍ଭାବନା ମଧ୍ୟ ଅଛି । ସରକାରୀ ଦଳର ନେତା ସରକାରୀ କଳର ଅପବ୍ୟବହାର କରିବା ସହିତ ବ୍ଲକ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକାରୀ ସଂସ୍ଥାର ଅଧିକାରୀ ମାନଙ୍କୁ ଚାପ ପକାଇ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଛନ୍ତି । ତେଣୁ ବାଲେଶ୍ୱରରେ ଏକ ସ୍ୱଚ୍ଛ, ନିର୍ମଳ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ନିର୍ବାଚନ ପାଇଁ ଉକ୍ତ ସମସ୍ୟା ଗୁଡିକୁ ସମାଧାନ କଲେ ଏକ ଅବାଧ୍ୟ ନିର୍ବାଚନ ହୋଇପାରିବ ବୋଲି ଶ୍ରୀ ଦତ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଜଣାଇଛନ୍ତି ।ଉକ୍ତ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ ଓ ଲୋକନାଥ ଭୂୟାଁ, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ମଣ୍ଡଳ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ରାଜେନ୍ଦ୍ର ଚାଟାର୍ଜୀ, ସରପଞ୍ଚ ରବିନାରାୟଣ ପ୍ରଧାନ, ମାୟାଧର ପ୍ରଧାନ, ପ୍ରମୋଦ ଦାଶ, ଭୀମକାନ୍ତ ତରେଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ