ଗଙ୍ଗାବାଡ଼ ପଞ୍ଚାୟତ ରାସ୍ତା ଓଡ଼ିଶାରୁ ବିଛିନ୍ନ ହେଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଲଘୁଚାପ ପ୍ରଭାବରେ ତିନି ଦିନ ଧରି ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଏହାର ପ୍ରଭାବରେ କଇଁପୁର ଠାରୁ ବଡପାଚେଡିଆ ରାସ୍ତା ମଧ୍ଯରେ ପାହାଡରୁ ଡରୁ ମାଟି ଅତଡା ଓ ପଥର ଖସି ରାସା ଉପରେ ପଡିରହିଛି. ଫଳରେ ଓଡିଶା ରାସ୍ତାରୁ ବିଚ୍ଛିନ୍ନ ହୋଇଛି ଗଙ୍ଗାବାଡ଼ ପଞ୍ଚାୟତ. କଇଁପୁର ଠାରୁ ବଡପାଚେଡିଆ ରାସ୍ତାରେ ଲଗାଣ ବର୍ଷାରେ ନିର୍ମାଣଧୂନ ପଥର ପ୍ୟାକିଂ ରାସ୍ତା ଧୋଇ ହୋଇ ନଷ୍ଟ ହୋଇଯାଇଛି। ଯାହା ଫଳରେ ପାହାଡ଼ ଧସି ହୋଇ ପାହାଡର ମାଟି ଅତଡା ଓ ପଥର ଗୁଡିକ ରାସ୍ତା ଉପରେ ପଡି ରହିଛି ବୋଲି ଏହି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ ଆମ ପଞ୍ଚାୟତକୁ ସଂଯୋଗ କରୁଥିବା ଓଡ଼ିଶା ରାସ୍ତା ସମ୍ପୂର୍ଣ ଭାବେ ବିଛିର୍ନା ହୋଇଯାଇଛି. ବର୍ତ୍ତମାନ ଓଡ଼ିଶା ଯିବାକୁ ହେଲେ କେବଳ ଆନ୍ଧ୍ର ଦେଇ ହିଁ ଯିବାକୁ ପଡିବ. ଏହି ରାସ୍ତା ଉପରେ କୋଡିଏରୁ ଅଧିକ ଗ୍ରାମବାସୀ ନିର୍ଭର କରୁଥିବା ଯାତାୟତ ସମ୍ପୂର୍ଣ ଭାବେ ଠପ୍ ହୋଇପଡିଛି । ବର୍ଷା ଲାଗିରହିଥ‌ିବା ହେତୁ ଉକ୍ତ ରାସ୍ତା ଦେଇ ଯିବାଆସିବା ପାଇଁ ଲୋକେ ନା ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଓଡିଶ ରାସ୍ତାରୁ ବିଚ୍ଛିନ୍ନ ହୋଇଛି ଗଙ୍ଗାବାଡ ପଞ୍ଚାୟତ । ଏସ ରାସ୍ତା ଓଡିଶା ତଥା ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡିକୁ ଏବଂ ରାୟଗଡ ବ୍ଲକ ସଦରକୁ ସଂଯୋଗ କରୁଥିବାରୁ ରାସ୍ତାଟି ଗୁରୁତ୍ବପୂର୍ଣ୍ଣ ଅଟେ । ପ୍ରଶାସନ ପକ୍ଷରୁ ତୁରନ୍ତି ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ