ଦଣ୍ଡନାଚ ପାଇଁ ଆମ ପୋଲିସ ସମିତିର ବୈଠକ ଅଶ୍ଳୀଳ ନୃତ୍ୟ ଓ ପଶୁ ପକ୍ଷୀ କୁ ବାରଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ସନ୍ଧ୍ୟା ୫ ଘଣ୍ଟ ସମୟରେ ବେଲଗୁଣ୍ଠା ଥାନା ଆମ ପୋଲିସ ସମିତି ପକ୍ଷରୁ ଥାନା ପରିସରରେ ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ସଭାପତିତ୍ୱ ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର କଳାକୃଷ୍ଣ ପ୍ରଧାନ, ଅନ୍ୟତମ ଅତିଥିରୂପେ ନଗରପାଳ ଫିରୋଜ଼ କୁମାର ସେଠୀ, ଏସ ଆଇ ଅଭୟ କୁମାର ପ୍ରଧାନ, ନାରାୟଣ ନାୟକ ଓ ମହେଶ୍ୱର ବେହେରା, ପ୍ରାକ୍ତନ ନଗରପାଳ ଚନ୍ଦ୍ରମଣି ସାମଲ, ଉପାଧ୍ୟକ୍ଷା ପ୍ରତିନିଧି ଲିଙ୍ଗରାଜ ପାତ୍ର ପ୍ରେସ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ବଣିକ ସଙ୍ଘ ସଭାପତି ସନତ କୁମାର ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ଗଞ୍ଜାମର ଗଣପର୍ବ ଦଣ୍ଡନାଚ କିପରି ଶାନ୍ତି ଶୃଙ୍ଖଳା ଭାବେ ପରିଚାଳନା ହେବ ଏ ନେଇ ଆଲୋଚନା ହୋଇଥିଲା। ବେଲଗୁଣ୍ଠା ଥାନା ଅଞ୍ଚଳରେ ଦଶଟି ଗ୍ରାମରେ ଦଣ୍ଡ ନାଚ ପରମ୍ପରା ରହିଥିବା ବେଳେ ପାଞ୍ଚଟି ଗ୍ରାମରେ ସାମାଜିକ ନାଟକ ପରିବେଷଣ ହେଉଛି। ଏହି ନାଟକ ଗୁଡିକରେ ଯେପରି କୌଣସି ପଶୁ ପକ୍ଷୀଙ୍କୁ ବ୍ୟବହାର ନକରିବା ଏବଂ ରାତ୍ରି ନାଟକରେ ଅଶ୍ଳୀଳତାକୁ ସମ୍ପୂର୍ଣ ଭାବରେ ନିଷେଦ୍ଧ କରାଯାଇଛି। ଏହା ସହ ଉପ ଜିଲ୍ଲାପାଳଙ୍କ ନିକଟରୁ ସାଉଣ୍ଡ ପରିମିଶନ ଆଣିବା ପାଇଁ ବିଭିନ୍ନ ଦଣ୍ଡ କମିଟିକୁ ପରାମର୍ଶ ଦିଆଯାଇଛି। ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ଆଇନ ହାତକୁ ନନେଇ ପୋଲିସର ସହାୟତା ନେବାପାଇଁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଆଜିର ଏହି ବୈଠକରେ ଘୁ. ନୂଆଗାଁ, ବାଣତୁମ୍ବୁ, ବେଲଗୁଣ୍ଠା(୧),ବେଲଗୁଣ୍ଠା ଖଦାଳ ସାହି(୨), ପନ୍ଥୀଖାରି, ପାଟରାପଲ୍ଲୀ, କୋକୋଲୁଣ୍ଡା, ଆମ୍ବପୁଆ ଓ ଜିଲିବା ର ଦଣ୍ଡ କମିଟି ଉପସ୍ଥିତ ଥିଲେ। କାଉନସିଲର ଭାସ୍କର ପାତ୍ର ଓ ପ୍ରଦୀପ କୁମାର ସେଠୀ ପ୍ରେସକ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ ସାମ୍ବାଦିକ ସୁରେଶ କୁମାର ସୁବୁଦ୍ଧି,ତୋଫାନ କୁମାର ସାହୁ, ପ୍ରଦୀପ ଚୌଧୁରୀ, ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଏସ ଆଇ ଅଭୟ ପ୍ରଧାନ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ