ବିଶ୍ଵ ଜଳ ଦିବସ ପାଇଁ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଏନ୍ ଏସି ଅନ୍ତର୍ଗତ ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ଵ ଜଳ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ କବିତା କୁମାରୀ ଦେବୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଶୂଳପାଣୀ ଶତପଥୀ କାର୍ଯକ୍ରମ ରେ ପ୍ରଦୀପ ଉଜ୍ଜଳନ କରିଥିଲେ। ବେଲଗୁଣ୍ଠା ବନପାଳ ଶରତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ଙ୍କୁ ଜଳ ସଂରକ୍ଷଣ ଏଵଂ ଜଙ୍ଗଲ କ୍ଷୟ ହେବାର କାରଣ ସମ୍ପର୍କରେ ଅତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ତତ୍ ପରେ ଜଙ୍ଗଲ କ୍ଷୟ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଯେଉଁ ଛାତ୍ର ଛାତ୍ରୀ ମାନେ ସଠିକ୍ ଉତ୍ତର ଦେଇଥିଲେ ସେମାନଙ୍କୁ ଉପହାର ଦେଇ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ର ଛାତ୍ରୀ ଜଳ ସଂରକ୍ଷଣ ଏବଂ ବୃକ୍ଷ ରୋପଣ ପାଇଁ ଶପଥ କରିଥିଲେ। ବନପାଳ ଶ୍ରୀ ମାହାନ୍ତି ଛାତ୍ର ଛାତ୍ରୀ ଙ୍କୁ ଆଜିର ସମାଜରେ ବୃକ୍ଷ ଏଵଂ ଜଳ ର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ। ବିଦ୍ୟାଳୟ ର ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଦାସ ଏବଂ ଅନ୍ୟ ସହକାରୀ ଶିକ୍ଷୟିତ୍ରୀ କାର୍ଯକ୍ରମ ପରିଚାଳନାରେ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ