ଗଞ୍ଜେଇ ସମେତ କାର ଜବତ ଜଣେ ଗିରଫ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତପୋଡାମାରୀ ଚ୍ଯାକ୍ ଗେଟ୍ ନିକଟରେ ବେଆଇନ ଗଞ୍ଜେଇ ଚୋରାଚାଲାଣ ବେଳେ ୮୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ସମେତ ଏକ କାର ସହ ଗଜପତି ଜିଲ୍ଲା ମୋହନା ଥାନାକନ୍ଧକଳାମେରୀ ଗ୍ରାମରସୁନୀଲ ମଲିକ (୨୮)ଙ୍କୁ ପାଟପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ସୂଚନା ପ୍ରକାରେସକାଳ ସାଢେ ୭ ଘଣ୍ଟା ସମୟରେ ସ୍ଥାନୀୟ ଥାନା ଏସ୍ ଆଇ ମିଲନ ପ୍ରଧାନ ଓ ଅନ୍ୟାନ୍ୟ ପୋଲିସ କର୍ମକର୍ତ୍ତା ମାନେ ତପ୍ତପାଣି ରାସ୍ତାର ପୋଡାମାରୀଗେଟ୍ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଜଣକ ଗଜପତିରୁ ଏକ କାର ( ଓଆର୍୦୭ଆର୍୩୭୮୬) ଯୋଗେ ବ୍ରହ୍ମପୁରଅଭିମୁଖେଯାଉଥିବା ସମୟରେ ଗାଡ଼ିକୁ ଅଟକାଇ ତଲାସୀ କରିଥିଲେ । ସଠିକ ଅନୁସନ୍ଧାନ ପରେ ଗାଡ଼ିରେ ୨ଟି ଗଞ୍ଜେଇ ଭର୍ତ୍ତି ଜରିବସ୍ତା ରହିଥିବା ଜଣାପଡିଥିଲା । ଅପରାହ୍ନରେ ସାନଖେମୁଣ୍ଡି ତହସିଲ ଅଧିକାରୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ପରେ ଜଣାପଡ଼ିଛି ସେଥିରେ ୮୦ କେଜି ୪୦୦ ଗ୍ରାମ ଗଞ୍ଜେଇ ରହିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି । ଏନେଇ ପାଟପୁର ଥାନା ମାମଲା ନଂ ୧୯୧/୨୪ ଦଫା ୨୦(ବି) ଆଇଆଇ(ସି) ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ