ପାରଳାରେ ଜାକଯକମରେ ଆରମ୍ଭ ହେଲା ଦୋଳ ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତକାଲି ଠାରୁ ଛଅ ଦିନ ବ୍ୟାପୀ ଆସନ୍ତା ୨୬/୦୩/୨୪ରିଖ ପର୍ଯ୍ୟନ୍ତ ଦୋଳବନ୍ଧ ଉନ୍ନୟନ କମିଟି ତରଫରୁ ଅତ୍ୟନ୍ତ ଜାକଯକମରେ ପାରଳାଖେମୁଣ୍ଡି ଦୋଳବନ୍ଧ ଠାରେ ଆରମ୍ଭ ହୋଇଛି ଦୋଳ ଉତ୍ସବ. ପୂଜାର୍ଚ୍ଚନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ରୀ ଯାଏଁ ଏହି ଉତ୍ସବ ଚାଲୁ ରହିଛି। ଗତକାଲି ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଦେବୀ ମଠର ସାଧୁ ମହନ୍ତ ରାମାନନ୍ଦ ଦାସ ମହାରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଅନୁଷ୍ଠାନର ସଭାପତି ବିନୋଦ ଚନ୍ଦ୍ର ଜେନା, ମଙ୍ଗଳା ପଟ୍ଟନାୟକ, ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା, ଅରକ୍ଷିତ ଜେନା, ସୁଭ୍ର।ଶୁ ଶେଖର ପଟ୍ଟନାୟକ,ଦୋଳତ୍ସବ କମିଟିର ସମସ୍ତ ଆୟୋଜକ ଯୋଗଦାନ କରିଥିଲେ। ଆଜି ବିକାଶ ବିଦ୍ୟାନିକେତନ ବିଦ୍ୟାଳୟ, ପାରଳାଖେମୁଣ୍ଡି,ନବଜୀବନ ଟ୍ରଷ୍ଟ, ଡ୍ରିମସ୍ ଦ୍ୟାନ୍ସ ଗ୍ରୁପ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ନୃତ୍ୟ,ସଙ୍ଗୀତ, ପରିବେଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ