ଶିକ୍ଷକଙ୍କ ‘ବିଶ୍ଵ ଜଳ ଦିବସ’ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଶ୍ବ ଜଳ ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ବିଶ୍ବସାରା ପାଳିତ ହୋଇଥାଏ। ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ଵ ତଥା ଆବଶ୍ୟକତା ବିଷୟରେ ବିଜ୍ଞାନ ଶିକ୍ଷକ ତଥା ସମାଜସେବୀ ନିରଞ୍ଜନ ବିଶ୍ୱାଳ ଏକ ଜନ ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରିଛନ୍ତି। ଜଳ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ପିଇବା ଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ଜଳ ହେଉଛି ଏକ ପ୍ରାକୃତିକ ଉତ୍ସ ଯାହା ଆମର ଦୈନନ୍ଦିନ ଜୀବନରେ ଅପରିହାର୍ଯ୍ୟ ଅଟେ। ଆମେ ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଥିବା ଅଧିକାଂଶ ଜଳ ଭୂତଳ ଜଳ, ତୁଷାର ଏବଂ ନଦୀ ତଥା ଝରଣା ଗୁଡିକରୁ ଆସିଥାଏ। ଆମର ସ୍ଥିର ଏବଂ ସୁସ୍ଥ ଜୀବନଶୈଳୀ ଅଛି ବୋଲି ସୁନିଶ୍ଚିତ କରିବାରେ ଏହି ପ୍ରାକୃତିକ ସମ୍ପଦ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧୁର ଜଳର ଗୁରୁତ୍ବ ସର୍ବୋତ୍ତମ ଅଟେ। ମଧୁର ଜଳ ନିଶ୍ଚିତ କରେ ଯେ ଶରୀରର ସୁସ୍ଥତା ଆଉ ସବଳତା। ଜନସଂଖ୍ୟା ବୃଦ୍ଧି ସହିତ ଜଳର ବ୍ୟବହାର ବୃଦ୍ଧି ପାଉଛି, ସେତେବେଳେ ଏହାର ଉପଲବ୍ଧତା ହ୍ରାସ ପାଉଛି। ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ସମ୍ପଦ ଠାରୁ ଦୂରେଇ ନ ଯିବା ପାଇଁ ମଧୁର ଜଳ ସଂରକ୍ଷଣରେ ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ। ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲସ୍ଥିତ ରିଓ ଡି ଜେନିରୋ ଠାରେ ମିଳିତ ଜାତିସଂଘର ଆୟୋଜିତ ‘ ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନ ‘ ରେ ବିଶ୍ବ ଜଳ ଦିବସ ପାଳନ କରାଯିବାର ନିଷ୍ପତି ନିଆଯାଇଥିଲା।୧୯୯୩ ମସିହାଠାରୁ ବିଶ୍ବ ଜଳ ଦିବସ ଜାତିସଂଘ ଆନୁକୁଲ୍ୟରେ ପାଳିତ ହୋଇ ଆସୁଅଛି। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) -୬ ‘ ସ୍ୱଚ୍ଛ ଜଳ ଏବଂ ପରିମଳ ‘ ଉପରେ ଧ୍ୟାନ ଦେଇଥାଏ। ବିଶ୍ବ ପରିବେଶରେ ସୁଧାର ଆଣିବା ପାଇଁ ମିଳିତ ଜାତିସଂଘ ୧୭ ଟି ନିରନ୍ତର ବିକାଶ ଲକ୍ଷ୍ୟ ସ୍ଥିର କରିଛି।୨୦୨୪ ପାଇଁ ବିଶ୍ବ ଜଳ ଦିବସ ପାଳନର ଥିମ୍ ହେଉଛି ‘ ଶାନ୍ତି ପାଇଁ ଜଳ ‘। ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ବ ରାଜନୀତିରେ ସ୍ଥିରତା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋକପାତ କରିବା। ଏହା ମଧ୍ୟ ବିଶ୍ବବ୍ୟାପୀ ଜଳକୁ ଏକତ୍ର କରି ଯେଉଁ ପ୍ରସଙ୍ଗ ଗୁଡ଼ିକ ରହିଛି ତାହା ଉପରେ ଚର୍ଚ୍ଚା କରିବାକୁ ଲକ୍ଷ୍ୟ ରଖିଛି। ଜଳ ଜୀବନର ଏକ ଅତ୍ୟାବଶ୍ୟକ ମୌଳିକ ଉପାଦାନ। ବଞ୍ଚିବା ପାଇଁ ଆମ ସମସ୍ତଙ୍କୁ ଜଳ ନିହାତି ଆବଶ୍ୟକ। ଜଳ ବିନା ପୃଥିବୀରେ କୌଣସି ଜୀବର ସତ୍ତା ନାହିଁ। ଶିକ୍ଷକ ନିରଞ୍ଜନ ଏହି ଦିବସ ଉପଲକ୍ଷେ ଗାଁ ମାନଙ୍କୁ ଯାଇ ରାଲି କରି ଜଳର ମହତ୍ତ୍ଵ,ଆବଶ୍ୟକତା,ସ୍ୱଚ୍ଛତା, ସଂରକ୍ଷଣ, ଅନାବଶ୍ୟକ ବ୍ୟବହାର ଇତ୍ୟାଦି ବିଷୟରେ ସ୍ଲୋଗାନ ପ୍ରଦାନ କରି ଏକ ସଚେତନତା ସୃଷ୍ଟି କରିଛନ୍ତି।ଶିକ୍ଷକ ନିରଞ୍ଜନ ବିଶ୍ୱାଳ ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ବୃତ୍ତିରେ ନିୟୋଜିତ ହେବା ସହିତ ପୂର୍ବରୁ ବହୁ ସମାଜ ମଙ୍ଗଳକାରି କାର୍ଯ୍ୟମାନ କରି ଜନସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ