ନିର୍ବାଚନ ଆଚରଣବିଧି ଉଲଂଘନ ନେଇ କଂଗ୍ରେସର ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପରିବହନ କ୍ଷେତ୍ରରେ ନିର୍ବାଚନ ଆଚରଣ ବିଧି ଉଲଂଘନ ହେଉଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା କଂଗ୍ରେସ ଅଭିଯୋଗ କରିଛି। ଏ ନେଇ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ନିର୍ବାଚନ ଆୟୋଗଙ୍କ ନିକଟକୁ ଏକ ପତ୍ର ଲେଖି ଏହାର ପ୍ରତିକାର ଦାବି କରିଛନ୍ତି | ଗଜପତି ଜିଲ୍ଲା ପ୍ରଶାସନ ନିର୍ବାଚନ ଆଚରଣବିଧି ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳାଚଳ କରୁଥିବା ବିଭିନ୍ନ ବସ୍‌ରେ ଏବେ ବି ବିଜୁ ଜନତା ଦଳର ଚିହ୍ନ ଲାଗିଥିବା ଦେଖାଯାଇଛି । ଏଣୁ, ସେଗୁଡ଼ିକୁ ତୁରନ୍ତ ହଟାଇବାକୁ ଦାବି କରି ମୁଖ୍ୟ ନିର୍ବାଚନ କମିସନଙ୍କ ନିକଟକୁ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ପତ୍ର ଲେଖିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ