ସରକାରୀ ଯୋଜନା ବଞ୍ଚିତ ତିନି ବିକଳାଙ୍ଗ ଝିଅ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାରଙ୍କ ତରଫରୁ ବିକଳାଙ୍ଗ ମାନଙ୍କ ପାଇଁ ରହିଚି ବହୁ ସୁବିଧା ସୁଯୋଗ. ହେଲେ ଏହି ସମସ୍ତ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲ୍ଲାର 3 ଗୋଟି ବିକଳାଙ୍ଗ ଝିଅ. ଏମାନେ ପେଟ ପୁରା ଖାଦ୍ୟ ପାଉନଥିବା ସହ ବହୁ ଦୁଃଖ ଯନ୍ତ୍ରଣାରେ କାଳାତିପାତ କରୁଥିବା ସୂଚନା ମିଳୁଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ସେରଙ୍ଗ ଗ୍ରାମ ର ବେଥନି ସାହିର ରବି ଲିମା ଏବଂ ସୁନିତା ଲିମା ଙ୍କ ପରିବାର ରେ ଦେଖିବାକୁ ମିଳିଛି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ , ଏକ ଭଗବାନ ର ସାପ ନା ମଣିଷର ପାପ ଏ କି ଲୀଳା କରିଚ ହେ ଇଶ୍ଵର , ଦୁଇ ଝିଅ କୀର୍ତ୍ତି ଲିମା କୁ ୮ବର୍ଷ ହେଉଥିବା ବେଳେ ପ୍ରୀୟା ଲିମା କୁ ୬ବର୍ଷ ହେଉଛି ଉଭୟ ଝିଅ ଜନ୍ମ ରୁ ବିକଳାଙ୍ଗ, ବାପା କହିଲେ ଦିନ ମଜୁରିଆ ଗ୍ରାମ ରେ କାମ ର ଅଭାବ ରୁ ନିଜ ପରିବାର ପେଟପାଟଣା ପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ମଧ୍ୟ ଯାଆନ୍ତି ହେଲେ ଦୁଇ ବିକଳାଙ୍ଗ ଝିଅ ଏବଂ ଆଉ ଦୁଇ ସନ୍ତାନ ର ସେବା କରନ୍ତି ମା ସୁନିତା ଲିମା ଅତି ଦୁଃଖ ର ବିଷୟ ଅନେକ ସମୟ ରେ ଦୁଇ ମୁଠା ପିଲାମାନଙ୍କୁ ପେଟ ପୁରାଇ ଦୁଇ ମୁଠା ଖାଦ୍ୟ ଦେବା ପାଇଁ ପରିବାର ନିକଟରେ ଭାତ ମଧ୍ୟ ନଥିବା କହିଛନ୍ତି ସାହିର ପଡୋଶୀ ଓ ଗ୍ରାମବାସୀ. ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ଦୁଃଖୀ ପରିବାର ପାଖରେ ସରକାରି ଚାଉଳ ପାଇବା ପାଇଁ ନା ଅଛି ରେସନ କାର୍ଡ, ନା ଅଛି ପ୍ରଧାମନ୍ତ୍ରୀ ଆବାସ ଯୋଜନା ଘର ନା ଅଛି ବିଦୁତ ଅଭାବ ଏବଂ ସଙ୍କଟ ରେ ଚାଲିଛି ପରିବାର ଜୀବନ ସାହି ପଡୋଶୀ ମୁଠେ ଖାଇବା କୁ ଦେଲେ ଖାଉଛନ୍ତି ନ ହେଲେ ଭୋକ ଉପବାସ ରେ ଦିନ କାଟୁଛନ୍ତି ଦୁଃଖୀ ପରିବାର। ସେହିପରି ସେରଙ୍ଗ ଗ୍ରାମ ର ତୋଟା ସାହି ର ଦାଉଦ ପରିଛା ର ପନ୍ଦର ବୟସର ଝିଅ କବିତା ପରିଛା ଜନ୍ମ ରୁ ବିକଳାଙ୍ଗ ହେଲେ ଏହି ପରିବାରକୁ ନା ମିଳିଛି ପ୍ରଧାନ ମନ୍ତ୍ରୀ ଆବାସ ନ ବିକଳାଙ୍ଗ ଭତା ଜିଲ୍ଲା ରେ ବିକଳାଙ୍ଗ ପିଲାମାନଙ୍କ ପାଇଁ ବିଦ୍ୟାଳୟର ସୁବିଧା ନ ଥିବା ରୁ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି ଏହି ନିରୀହ କୁନି କୁନି ପିଲାମାନେ, ଏହି ପରି ଦୁଃଖି ପରିବାରଙ୍କ ନିକଟରେ ଗଜପତି ବିକାଶ ସୁରକ୍ଷା ମଞ୍ଚ ର ଆବାହକ ସମାଜ ସେବୀ ଶ୍ରୀ ଆମୋଦ କୁମାର ବର୍ଦ୍ଧନ ଏବଂ ସୁମନ୍ତ ଘଣ୍ଟ ପହଞ୍ଚି ଦୁଃଖୀ ପରିବାରଙ୍କ ସମସ୍ୟା କୁ ଗୁମ୍ମା ବ୍ଲକ ଅଧିକାରୀଙ୍କୁ ଲିଖିତ ଭାବରେ ଅବଗତ କରି ଅତି ଶୀଘ୍ର ସମସ୍ୟା ର ସମାଧାନ କରିବାକୁ ଅନୁରୋଧ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ