ନର୍ଦ୍ଦମା ପାଣି ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଥିବା ପ୍ରତିବାଦରେ ରାସ୍ତାରୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ଗତ ଦୀର୍ଘଦିନ ଧରି ପାରଳାଖେମୁଣ୍ଡି ନୂତନ ବସ ଷ୍ଟାଣ୍ଡକୁ ଯାଉଥିବା ରାସ୍ତାର ଶ୍ରୀକ୍ରିଷ୍ଣା ଟକିଜ ସମ୍ମୁଖ ମୁଖ୍ୟ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି. ଏହାର ପ୍ରତିକାର ପାଇଁ ଗତ ବହୁ ଦିନ ଧରି ପ୍ରଶାସନକୁ ପାରଳା ମୁନିସିପାଲିଟିର ୧୦ ଓ ୧୧ନଂ ୱାର୍ଡ ବାସିନ୍ଦାମାନେ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆ ନ ଯିବା ପ୍ରତିବାଦରେ ଆଜି ସକାଳୁ ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ. ୩ ଘଣ୍ଟା ରାସ୍ତାରୋକ ଯୋଗୁଁ ମୁଖ୍ୟ ରାସ୍ତାରେ ସାଧାରଣ ଜୀବନ ଯାତ୍ରା ଠପ ହୋଇଥିଲା. ୩ ଘଣ୍ଟା ପରେ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୋକ କରୁଥିବା ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଆବଶକ୍ୟ ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ