ଅନ୍ୟ ଦଳ ଛାଡି ବିଜେପିରେ ମିଶିଲେ ଶତାଧିକ କର୍ମୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତର ଶତାଧିକ କର୍ମୀ ଅନ୍ୟ ଦଳ ଛାଡି ବିଜେପିରେ ମିଶିଥିବା ଦେଖାଯାଇଛି । ରାମକୃଷ୍ଣପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁର୍ଗା ବିଶ୍ୱାଳ, ପୂର୍ବତନ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଉକ୍ତ ପଞ୍ଚାୟତର ଘନଶ୍ୟାମ ରାଉତ, ଆଦିତ୍ୟ ପରିଡା, ଭଗବାନ ଜେନା, ପୂର୍ଣ୍ଣ ଚନ୍ଦ୍ର ପରିଡା, ମୁକ୍ତିକାନ୍ତ ରାଉତ, ଅଶୋକ ନାୟକ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ନରହରି ଖିଲାର, ବନମାଳୀ ଦେହୁରୀ, ଯାଦବ ପଣ୍ଡା, ରତ୍ନାକର ସ୍ୱାଇଁ, ଗଣେଶ ବିଶ୍ୱାଳ, ଗଣେଶ ସାହୁଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ମିଶିଛନ୍ତି୍ ୍‌ା ଏନେଇ ବନ୍ତ ଜଳସେଚନ କାର୍ଯ୍ୟାଳୟ ଛକ ନିକଟସ୍ଥ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିର ବରିଷ୍ଠ ନେତା ଡଃ.ସୁଧାଂଶୁ ଶେଖର ନାୟକ, କାର୍ଯ୍ୟକାରିଣୀ ସଭ୍ୟ ବଦ୍ରୀ ନାରାୟଣ ଧଳ, ଜିଲା ସଭାପତି ହେମନ୍ତ କୁମାର ପାଢୀ, କେନ୍ଦୁଆପଦା ସରପଞ୍ଚଇଂ.ପ୍ରମୋଦ କୁମାର ଜେନା, ତୋଡଗାଁ ସରପଞ୍ଚ ମାନସ ରଞ୍ଜନ ପହି, ବସନ୍ତିଆର ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା, ବନ୍ତର ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, ସୁଧିର କୁମାର ନାୟକ, ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, କମଳାକାନ୍ତ ସାହୁ, ମାଧବାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଯୋଗ ଦେଇଥିବା ନେତୃତ୍ୱ ଓ କର୍ମୀ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ