ମାଆ ଶ୍ଯାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପଞ୍ଚ ମହାଯଜ୍ଞ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) : କ୍ଷତ୍ରିୟବରପୁର ପଂଚାୟତର ସିଂହମର୍ଦ୍ଦନ ଗ୍ରାମରେ ଶ୍ରୀ ଶ୍ରୀ ମାଆ ଶ୍ୟାମାକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ଗୋ ଯଜ୍ଞ ଏବଂ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗହଙ୍ଗୁ ମଠାଧୀଶ ମହନ୍ତ ରାଘବାନନ୍ଦ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞରେ ସିଂହମର୍ଦ୍ଦନ ସମେତ ଗାଙ୍ଗପୁର,ରାଇପଲ୍ଲୀ,ଗୋଲାପଡ଼ା ଏବଂ ଢେପାଗୁଡ଼ାର ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ I ପର୍ଶୁଲୁଣ୍ଡା ମାଆ ବୁଢାକେନ୍ଦୁ ଭଜନ ମଣ୍ଡଳୀର କଳାକାର ମାନେ ଭଜନ ପରିବେଷଣ କରିଥିଲେ I ଯଜ୍ଞ ଦେଖିବା ସହ ପ୍ରସାଦ ସେବନ ପାଇଁ ଗ୍ରାମରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା I ସମସ୍ତ କାର୍ଯ୍ୟକ୍ରମରେ ସିଂହମର୍ଦ୍ଦନ ଗ୍ରାମବାସୀ ସହଯୋଗୀ କରିଥିଲେ I ସେହିପରି ମୁନିଗାଡ଼ି ପଂଚାୟତ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଶ୍ରୀ ରାମ ଲକ୍ଷ୍ମଣ,ସୀତାଙ୍କ ବିଗ୍ରହ ପ୍ରତିଷ୍ଠା, ଅବଧୂତେଶ୍ୱର ମନ୍ଦିର ଏବଂ ଜଗନ୍ନାଥ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗ୍ରାମରେ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ,ଘୃତଯଜ୍ଞ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କେନ୍ଦୁପଦର ମହନ୍ତ ମହାରାଜ ଏବଂ ପୁରୋହିତ ରାମକୃଷ୍ଣ ମହାପାତ୍ର, ଟୁନା ମହାପାତ୍ର ଯଜ୍ଞକାର୍ଯ୍ୟ ଆରମ୍ଭ କରିବା ସହିତ ପୂର୍ଣ୍ଣାହୁତି ଦେଇଥିଲେ I ବନ୍ଥପଲ୍ଲୀ,ବେଣାପାଟ,ନିମିନା,ସିଙ୍ଗିପୁର ଏବଂ ମୁନିଗାଡ଼ି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ନାମ ପରିବେଷଣ କରିଥିଲେ I ମୁନିଗାଡ଼ି ସରପଞ୍ଚ ସବିତା ସ୍ୱାଇଁ, ସମିତିସଭ୍ୟ ମାନସ ବିଷୋୟୀଙ୍କ ସମେତ ବ୍ରଜେନ୍ଦ୍ର ପାଢୀ,ରାଜ କିଶୋର ମହାନ୍ତି, ଶରତଚନ୍ଦ୍ର ମହାନ୍ତି,ବାଳକୃଷ୍ଣ ସାବତ, ବୀରୋଜ କୁମାର ସାବତ,ପ୍ରଫୁଲ୍ଲ କୁମାର ସାବତ,ରାଜ୍ କିଶୋର ଗୌଡ଼, ଶ୍ୟାମ ସୁନ୍ଦର ଗୌଡ଼, ଅଭିମନ୍ୟୁ ଗୌଡ଼, ଭଗବାନ ଗୌଡ଼, ଟିଟୁନ୍ ସାବତ,ଦିଗମ୍ବର ଜେନା, ମନୋଜ କୁମାର ପୋଲାଇ, ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବନ୍ଥପଲ୍ଲୀ ସମେତ ସିଙ୍ଗିପୁର ଗ୍ରାମବାସୀ,ସଂକୀର୍ତ୍ତନ ମଣ୍ଡଳୀ ଏବଂ ଯୁବକ ସଙ୍ଘ ସହଯୋଗ କରିଥିଲେ I ପ୍ରତିଷ୍ଠା ଉତ୍ସବ ଦେଖିବାପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ