ରାୟଗଡ଼ର ଗୌଡ଼ ସାହି ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ଗୌଡ଼ ସାହିରେ ଆସନ୍ତା ଏପ୍ରିଲ୍ ମାସ ୫ ତାରିଖରୁ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ । ମା’ କମଳା ଦେବୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ଏବେ ସମସ୍ତେ ଉତ୍ସାହିତ ଅଛନ୍ତି । ବୁଧବାର ଅସ୍ଥାୟୀ ମଣ୍ଡପୟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି I ଦୀର୍ଘ ୧୮ ବର୍ଷ ବ୍ୟାବଧାନ ପରେ ଚଳିତବର୍ଷ ମା ‘ ନିଜ ବାପ ଘର ଆସିବେ | ପାଞ୍ଚ ଦିନ ଧରି ଉକ୍ତ ଯାତ୍ରା ଅନୁଷ୍ଠିତ ହେବ। ଏଥ୍ ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ଅସ୍ଥାୟୀ ମଣ୍ଡପରେ ମା’ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ବେଶ୍ ଉତ୍ସାହିତ ଅଛନ୍ତି । ତେବେ ପୁରୋହିତ ପ୍ରତାପ ପାଢ଼ୀ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରିଥିବା ବେଳେ ରାମାରାଓ ଗୌଡ଼ କର୍ଭାଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ। ଶୁଭଖୁଣ୍ଟି ସ୍ଥାପନ ପରେ ମା ଙ୍କ ଆଗମନ ହେଲା ବୋଲି ବିଶ୍ଵାସ ରହିଛି। ତେଣୁ ବହୁ ଶ୍ରଦ୍ଧାଳୁ ଶ୍ରଦ୍ଧାର ସହିତ ମାଙ୍କୁ ସୁମରଣା କରି ଶୁଭଖୁଣ୍ଟିକୁ ପୂଜାର୍ଚନା କରିଛନ୍ତି I ହଳଦୀ, ସିନ୍ଦୁର ଲଗାଇବା ସହ ନଡ଼ିଆ, କଦଳୀ ଭୋଗ ଲଗାଇ ଶୁଭଖୁଣ୍ଟିରେ ହଳଦୀ ପାଣି ଢ଼ାଳି ଶ୍ରଦ୍ଧାଳୁ ପୂଜା କରିଛନ୍ତି। ହୁଳହୁଳିରେ ପୁରା ଅଞ୍ଚଳ ଭକ୍ତିମୟ ହୋଇ ଉଠିଥିଲା I ମା ଙ୍କ ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ ମଧ୍ଯ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଯୁବକ, ବରିଷ୍ଠ ନାଗରିକ ଓ ମହିଳା ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ