‘ଶ୍ରୀ ଲଛମନଜୀଉଙ୍କ ମହିମା ଗାଥା\’ ପୁସ୍ତକ ଉନ୍ମୋଚିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅବସରପ୍ରାପ୍ତ ଶିକ୍ଷକ ଗୁରୁ କାଙ୍ଗାଳି ଚରଣ ବାରିକଙ୍କ ଦ୍ୱାରା ରଚିତ ପୁସ୍ତକ ‘ଶ୍ରୀ ଲଛମନଜୀଉଙ୍କ ମହିମା ଗାଥା\’ ବାଲିପାଟଣା ସ୍ଥିତ ଲଛମନଜୀଉଙ୍କ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । କୁଶିଆପାଳ ସରପଞ୍ଚ ଦୟାନିଧି ଦାସ, ଗାଳ୍ପିକ ମାତୃଦତ୍ତ ମହାନ୍ତି ଓ ଶିକ୍ଷାବିତ୍ ଶ୍ରୀଧର କୁମାର ଭୋଳ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ମନ୍ତ୍ର ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଶ୍ରୀ ଲଛମନଜୀଉଙ୍କ ଅନାଲୋଚିତ ଅଲୌକିକତା ବିଷୟରେ ବିସ୍ତୃତ ଭାବେ ତଥ୍ୟ ସ୍ଥାନ ପାଇଛି । ଏଥିସହିତ ଲେଖକଙ୍କ ଦ୍ୱାରା ରଚିତ ଭଜନ, ଜଣାଣ ଓ ଅନୁଭୁତି ମଧ୍ୟ ପୁସ୍ତକରେ ସ୍ଥାନିତ ହୋଇଛି । ଏହି ପୁସ୍ତକଟି ଏକ ଆଧ୍ୟାତ୍ମିକ ଅନୁଭବରୁ ସ୍ରୁଷ୍ଟି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ କଣ୍ଡୁରୀ ଚରଣ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାକୁ ସମାଜସେବୀ ବ୍ରଜକିଶୋର ସାହୁ ପରିଚାଳନା କରିଥିବା ବେଳେ ଶ୍ରୀଧର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଗୌରାଙ୍ଗ ଚରଣ ସାହୁ ଓ ସରଳ ରେଖା ସାହୁ ପ୍ରମୁଖ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ