ହିଞ୍ଜିଳିକାଟୁ ଓକିଲ ସଙ୍ଘ ନିର୍ବାଚନ ମୁକ୍ତିରାମ ସଭାପତି ଓ ଶାନ୍ତନୁ ସମ୍ପାଦକ

ହିଞ୍ଜିଳିକାଟୁ,(ସେସଦେବ ସାହୁ): ଶନିବାର ହିଞ୍ଜିଳିକାଟୁ ଓକିଲ ସଙ୍ଘର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ସଂଘର ସମସ୍ତ ପଦବୀ ସକାଶେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଚିତ୍ତରଞ୍ଜନ ମହାରଣାଙ୍କ ସୂତ୍ରରୁ ପ୍ରକାଶ। ସଭାପତି ଭାବେ ମୁକ୍ତିରାମ ସାବତ, ସମ୍ପାଦକ ଭାବେ ଶାନ୍ତନୁ କୁମାର ପୋଲାଇ, ଉପସଭାପତି ଭାବେ ଜଗତ ମୋହନ ସାହୁ ଏବଂ ସହ ସମ୍ପାଦକ ଭାବେ ଜିତେନ କୁମାର ପ୍ରହରାଜ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଘୋଷଣା ପରେ ହିଞ୍ଜିଳିକାଟୁ ବାର୍ ଆସୋସିଏସନର ସମସ୍ତ ସଦସ୍ୟ ନବ ନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ