ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନରେ ସଭାପତି ଭାବେ ଅକ୍ଷୟ ମହାନ୍ତି ଏବଂ ସଂପାଦକ ଭାବେ ମନୋଜ ଦାସ ନିର୍ବାଚିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୫୪ ଜଣ ପଂଜିକୃତ ଓକିଲଙ୍କ ମଧ୍ୟରୁ ୨୩୬ ଜଣ ଓକିଲ ନିଜ ମନ ପସନ୍ଦର ପ୍ରାର୍ଥିଙ୍କୁ ଭୋଟ ଦେଇଥିଲେ । ନିର୍ବାଚନରେ ଅକ୍ଷୟ ମହାନ୍ତି ଲଗାତର ୬ ଷ୍ଠ ଥର ପାଇଁ ସଭାପତି ପଦ ହାତେଇ ରେକର୍ଡ ସୃଷ୍ଟି କରିଛନ୍ତି । ସେହିଭଳି ସଂପାଦକ ଭାବେ ମନୋଜ ଦାସ, ଯ ପସଭାପତି ମାନଗୋବିନ୍ଦ ମହାନ୍ତ,ଯୁଗ୍ମ ସଂପାଦକ – ହରେକୃଷ୍ଣ ମହାକୁଡ, ସହ ସଂପାଦକ – ଵୈଜୟନ୍ତୀ ଦଳେଇ, କୋଷାଧ୍ୟକ୍ଷ – ଶିଶୁପଦ ମହାନ୍ତ ବିଜୟୀ ହୋଇଛନ୍ତି । ସମସ୍ତେ ଗରୀବ ଅସହାୟ ଲୋକଙ୍କୁ ସୁବିଧାରେ ନ୍ୟାୟ ଦେବା ପାଇଁ ସହଯୋଗ କରିବା ସହ ଵାମନଘାଟୀ ଉପଖଣ୍ଡର ମୌଳିକ ସମସ୍ୟା ସମାଧାନ ଓ ବିକାଶ ପାଇଁ ଅଗ୍ରାଧିକାର ଦେବେ ବୋଲି ଗଣମାଧ୍ୟମକୁ କହିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ରଘୁନାଥ ଦାସ,ଅର୍ଚ୍ଚନା ଦତ୍ତ,ନିୟତୀ ମହାନ୍ତି, ସସ୍ମିତା ଦତ୍ତ,ଲକ୍ଷ୍ମୀ ମହାନ୍ତି,ସେକ ରହେମାନ,ସନତ ନନ୍ଦ, ଦୁଷ୍ମନ୍ତ ବସା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ