ବିକାଶର ଅନ୍ଧାରରେ କିମ୍ବସିଂ ଗ୍ରାମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନଗାଁ ପଞ୍ଚାୟତର କିମ୍ବସିଂ ଗ୍ରାମ ଭାରତ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ବି କିମ୍ବସିଂ ଗ୍ରାମବାସୀଙ୍କ ଜୀବନଯାପନ ବିକାଶର ଧାରାର ଅପହଞ୍ଚରେ ଏବଂ ଅନ୍ଧକାରରେ ରହିଚି. ବିକାଶ ଏମାନଙ୍କ ପାଇଁ ସାତ ସପନ ପାଲଟିଛି. ବହୁ ଦୁଃଖ କଷ୍ଟରେ ଜୀବନ ବିତାଇ ଆସୁଥିବା ଏହି ଗ୍ରାମବାସୀମାନେ ସମସ୍ତ ସମସ୍ୟାକୁ ପ୍ରଶାସନର ଦୃଷ୍ଟିକୁ ବାରମ୍ବାର ନେଇ ଥିବା ସତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀମାନେ ଜଣାଇଛନ୍ତି. ବର୍ତ୍ତମାନ ଏହି ଗ୍ରାମର ଜଣେ ବୃଦ୍ଧା ହଟାତ ଗୁରୁତର ହେବାରୁ ତାଙ୍କୁ ପ୍ରାୟ ୯ କିମିରୁ ଉର୍ଦ୍ଧ ବଣ ପାହାଡ଼ ଘେରା ରାସ୍ତାରେ ଦୋଳା ଦ୍ୱାରା କାନ୍ଧରେ ବୋହି ନେବାକୁ ପଡିଲା ବୋଲି ଏହି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ ବିଦୁତ, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ଜଳ ଭଳି ମୁଖ୍ୟ ସମସ୍ୟା ଭିତରେ କାଳାତିପାତ କରୁଛନ୍ତି. ଏହି ଗ୍ରାମବାସୀ କିମ୍ବସିଂ ଗ୍ରାମକୁ ଯିବାକୁ ହେଲେ ରା. ଉଦୟଗିରି ଠାରୁ ଅନଗାଁ ଗ୍ରାମ ପଞ୍ଚାୟତ ଠାରୁ ୯ କିମି ଦୂରରେ ପାହାଡ଼ ପର୍ବତ ଘେରାରେ କିମ୍ବସିଂ ଗ୍ରାମର ୩୦ ଘର ସମେତ ତିଳିରଙ୍ଗ ଗ୍ରାମର – ୯ ଘର, ବଡିଅର ଗ୍ରାମର -୯ ଘର, ଦଳ ସାହି ଗ୍ରାମର – ୧୦ ଘର ଏହି ସମସ୍ତ ଗ୍ରାମ ପାଖାପାଖି ରହିଛି. ହେଲେ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ହେତୁ ରାସ୍ତାଘାଟ ନ ଥିବା ଯୋଗୁଁ ଲୋକେ ପାହାଡ଼ ଚଢି ଯାତାୟାତ କରିଥାନ୍ତି. ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୋଳିରେ କନ୍ଧେଇ ଜରୁରୀ ସ୍ୱାସ୍ଥ୍ୟସେବା କରିଥାନ୍ତି. ସଂକଟାପନ୍ନ ଅବସ୍ଥାରେ ସେଠିକାର ଅଙ୍ଗନବାଡି କେନ୍ଦ୍ର ନାହିଁ, ସ୍କୁଲ ନାହିଁ, ବିଦ୍ୟୁତ ନାହିଁ, ନଦୀ ଝରଣାରୁ ପାଣି ଆଣିବା ସହ ପ୍ରତି କ୍ଷେତ୍ରରେ ଅନଗାଁ ପଞ୍ଚାୟତ ପର‌୍ୟ୍ୟନ୍ତ ୯ କିମି ପାଦରେ ଚାଲି ଚାଲି ରାମଗିରି କିମ୍ବା ଆର. ଉଦୟଗିରିକୁ ଯାଇ ଜୀବନଜୀବିକା, ବଜାର ଘାଟ, ଜରୁରୀ ସ୍ୱାସ୍ଥ୍ୟସେବା ଆବଶକ୍ୟ ହେଲେ ଲୋକଙ୍କୁ ବହୁ ଦୁଃଖ ଯନ୍ତ୍ରଣା ଭୋଗିବାକୁ ପଡେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ