ଛତ୍ରପୁର ପୁଲିସ ପକ୍ଷରୁ ନିର୍ବାଚନକୁ ଦୃଷ୍ଟିରେ ସିଆଇଏସଏଫ ଓ ପୁଲିସ ପକ୍ଷରୁ ମିଳିତ ଫ୍ଲାଗ୍ ମାର୍ଚ୍ଚ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସାଧାରଣ ନିର୍ବାଚନ ଲାଗି ବିଗୁଲ ବାଜିଛି । ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମେ ୧୩ ରେ ଛତ୍ରପୁର, ଗୋପାଳପୁର,ବ୍ରହ୍ମପୁର,ଦିଗପହଣ୍ଡି ଓ ଚିକିଟି ଏବଂ ମେ ୨୦ରେ ହିଞ୍ଜିଳି, ଆସିକା, ପୋଲସରା,ଖଲ୍ଲିକୋଟ,ସୋରଡା,କବିସୂର୍ଯ୍ୟନଗର,ସାନଖେମୁଣ୍ଡି ଓ ଭଞ୍ଜନଗର । ଏହି ପରିପେକ୍ଷିରେ ଗଞ୍ଜାମ ପୁଲିସ ଜିଲା ନିର୍ବାଚନକୁ ଦୃଷ୍ଟିରେ ରଖି ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗଞ୍ଜାମ ପୁଲିସ ଜିଲାରେ ୯ଟି ନିର୍ବାଚନ ମଣ୍ଡଳୀ ରହିଛି | ଏହି ସବୁରେ କିପରି ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେନେଇ ପୁଲିସ ସଜାଗ ରହିଛି । ଏନେଇ ଗଞ୍ଜାମ ଏସପି ଜଗମୋହନ ମୀନା ଙ୍କ ନିର୍ଦେଶ କ୍ରମେ ଶନିବାର ଛତ୍ରପୁର ଏସଡିପିଓ ଗୌରହରି ସାହୁ ଓ ଥାନା ଅଧିକାରୀ ନିରୋଦ କୁମାର ଦାସ ଙ୍କ ନେତୃତ୍ୱରେ ଛତ୍ରପୁର ସହରର ବିଭିନ୍ନ ଛକ ,ସାହି ,ଗଳିରେ ସିଆଇଏସଏଫ ଓ ପୁଲିସ ପକ୍ଷରୁ ମିଳିତ ଫ୍ଲାଗ ମାର୍ଚ୍ଚ କରାଯାଇଛି । ନିର୍ବାଚନଟି କିପରି ଶାନ୍ତିପୂର୍ଣ୍ଣ ଓ ଅବାଧ ନିର୍ବାଚନ ହେବ ସେନେଇ ପୁଲିସ ପକ୍ଷରୁ ତାର ଉଦ୍ୟମ ଓ ରଣନୀତି କରିଛି । ଏହି ଫ୍ଲାର୍ଗମାର୍ଚ୍ଚର ମୁଖ୍ୟ ଉଦେଶ୍ୟ ହେଲା ଲୋକମାନେ ଭୟଭୀତ ନହୋଇ ଅଚଂଳରେ ଶାନ୍ତି ଶୃଙ୍ଖଳାରେ ମତଦାନ କରିବାକୁ ଲୋକଙ୍କୁ ଏହି ଫ୍ଲାର୍ଗମାର୍ଚ୍ଚ ଜରିଆରେ ବାର୍ତା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନାର ସମସ୍ତ କର୍ମଚାରୀ ମାନେ ସାମିଲ ହୋଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ