ପୋଲସରା ନିର୍ବାଚନ ମଣ୍ଡଳୀ ଆଇନଜୀବୀ ଅଗସ୍ତି ବରାଡ଼ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ

ପୋଲସରା, (ଅନିଲ କୁମାର ମହାରଣା):କଳ୍ପନା ଜଳ୍ପନା ର ଅନ୍ତ ଘଟିଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମଇ ମାସ ୨୦ ତାରିଖ ଦିନ ଭୋଟ ଗ୍ରହଣ କରାଯିବ। ଗଞ୍ଜାମ ଜିଲ୍ଲାର ଅନ୍ୟତମ ସମ୍ମାନଜନକ ବିଧାନସଭା ନିର୍ବାଚନ ମଣ୍ଡଳୀ ପୋଲସରା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୋଲସରାର ବିଶିଷ୍ଟ ଯୁବ ଆଇନଜୀବୀ ଅଗସ୍ତି ବରାଡ଼ ୨୦୨୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି। ଯୁବ ଆଇନଜୀବୀ,ପିସିସି ମେମ୍ବର ଓ ଆସିକା ଜିଲ୍ଲା ସାଧାରଣ ସମ୍ପାଦକ ଅଗସ୍ତି ବରାଡ କଂଗ୍ରେସର ପୂର୍ବର ସଦସ୍ୟମାନଙ୍କୁ ଏକାଠି କରି ଏବଂ ବିଜେପି ଓ ବଜେଡି ସରକାରର ବିଭିନ୍ନ ଚାଷୀ ମୂଲିଆ ମାରଣା ନୀତି ଓ ବେକାରୀ ସମସ୍ୟାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ନିର୍ବାଚନ ଲଢ଼ିବି ବୋଲି ପ୍ରକାଶ କରିଥିଲେ।ସେ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ନିଜ ଗ୍ରାମ ଭାବରଡାରେ ଖୁସିର ଲହରୀ ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ